ରାଜସ୍ଥାନର ଝାଲାୱାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ୯ ଜଣଙ୍କ ମୃତ୍ୟୁ

ରାଜସ୍ଥାନର ଝାଲାୱାଡ଼ରେ ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଭ୍ୟାନ୍‌ରେ ବସିଥିଲେ। ସେମାନେ ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ |

୫୨ ନମ୍ବର ଜାତୀୟ ରାଜପଥରେ ଅକଲେରା ପାଖରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଭ୍ୟାନ୍ ଓ ଟ୍ରକ୍ ଦ୍ରୁତ ଗତିରେ ଯାଉଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଭ୍ୟାନ୍‌ଟି ପୂରା ଚୁନା ହୋଇଯାଇଛି। ଦୁର୍ଘଟଣାପରେ ଆଖପାଖରେ ଥିବା ଲୋକେ ସମସ୍ତଙ୍କୁ ଭ୍ୟାନ୍‌ରୁ ଉଦ୍ଧାର କରିଥିଲେ। ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଏହି ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲେ। ତେବେ ପୁଲିସ୍ ତାଙ୍କୁ ଠାବ କରି ଅଟକ ରଖିଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *