୧୪ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଠକୁଥିବା ନକଲି ଡାକ୍ତର ପ୍ରେମ ଦିବସରେ ଗିରଫ

ଭୁବନେଶ୍ବର: ଠକ ନକଲି ଡାକ୍ତରର ଦଗାଦିଆ ପ୍ରେମ । ଡାକ୍ତର ପରିଚୟ ଦେଇ ପ୍ରେମ ଜାଲରେ ଫସାଉଥିଲେ ଯୁବତୀ । ଜଣେ କି ଦୁଇ ଜଣ ନୁହଁ ୧୪ ଜଣ ଯୁବତୀଙ୍କୁ କରୁଥିଲେ ପ୍ରେମ, ତାହା ପୁଣି ଭିନ୍ନଭିନ୍ନ ରାଜ୍ୟରୁ । ସେଥି ମଧ୍ୟରୁ କାହାକୁ ବିବାହ କରିଛନ୍ତି ତ ପୁଣି କାହାକୁ ବିବାହର ପ୍ରତିଶୃତି ଦେଇ ଠକି ନେଇଛି ଟଙ୍କା ଓ ସୁନା ଗହଣା । ଆଉ ଏବେ ଏହି ଠକକୁ ଗିରଫ କରିଛି କମିଶନରେଟ ପୋଲିସ ।
ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ଓ ମୋବାଇଲେ ଚାଟିଂ ଜରିଆରେ ଓଡିଶା ସମେତ ୭ଟି ରାଜ୍ୟର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ କିମିଆ କରିଥିଲା ନକଲି ଡାକ୍ତର ବାବୁ ଜଣଙ୍କ । ଏନେଇ ଓଡିଶାର ଜଣେ ମହିଳା ମହିଳା ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଉଠାଇ ନେଇଥିଲା ପୋଲିସ । ପରେ ସ୍ପେଶାଲ ସ୍କ୍ବାଡରେ ରଖି ପଚରାଉଚରା ପରେ ତାଙ୍କୁ ଗିରଫ କରିଛି । ଆଜି ତାକୁ କୋର୍ଟ ଚାଲାଣ କରିପାରେ ମହିଳା ଥାନା ।

1982 ରେ ପ୍ରଥମ ଓ 2002 ରେ ଦ୍ଵିତୀୟ ବିବାହ କରିଥିଲେ ରମେଶ ଚନ୍ଦ୍ର ସ୍ୱାଇଁ | 2 ଟି ବିବାହରୁ 5 ଟି ସନ୍ତାନ ମଧ୍ୟ ଅଛନ୍ତି | ତା ପରେ 2008 ରେ ପଞ୍ଜାବ ରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ରେ ସିନିୟର ପୋଷ୍ଟରେ ଥିବା ଜଣେ ମହିଳାଙ୍କୁ ବିବାହ କରି 10 ଲକ୍ଷ ଟଙ୍କା ଠକିଥିଲେ |

ସ୍ୱାଇଁ ନ୍କ ଶିକାର ହୋଇଥିବା ମହିଳା ମାନେ ଉଚ୍ଚ ଶିକ୍ଷିତ ଥିଲେ ଏବଂ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନର ବରିଷ୍ଠ ପଦବୀରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ଟଙ୍କା ଉପରେ ତାଙ୍କର ଆଖି ଥିଲା ।

୧୪ ଜଣ ମହିଳାଙ୍କ ମଧ୍ୟରେ କମିସନରେଟ ପୋଲିସ ନଅ ଜଣଙ୍କ ସହ ଯୋଗାଯୋଗ ସ୍ଥାପନ କରିସାରିଛି। ପୋଲିସ ମଧ୍ୟ ତାଙ୍କ କାରବାରର ଆର୍ଥିକ ଅନୁସନ୍ଧାନ କରିବାକୁ ଯାଉଛି।

ଗତକାଲି ଭୁବନେଶ୍ୱରରେ ଥିବା ତାଙ୍କ ଭଡା ଘରେ ଖୋଜାଖୋଜି ସମୟରେ ୧୧ଟି ଏଟିଏମ କାର୍ଡ, ୪ଟି ଆଧାର କାର୍ଡ, ସ୍କୁଲ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ଅପରାଧିକ ଦସ୍ତାବିଜ ଜବତ କରାଯାଇଛି।

ସ୍ୱାଇଁ ପୂର୍ବରୁ ଚାକିରି ଯୋଗାଇବା ଏବଂ ଏମବିବିଏସ ପାଠ୍ୟକ୍ରମରେ ନାମଲେଖା କରିବା ବାହାନାରେ ବେକାର ଯୁବକମାନଙ୍କ ଠାରୁ ହାଇଦ୍ରାବାଦରେ ସମେତ ଅନେକ ରାଜ୍ୟରେ ଅନେକ ବ୍ୟକ୍ତିଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *