ପଞ୍ଜାବ ଲୁଧିଆନାର ଟିବା ରୋଡ୍‌ରେ ଅଗ୍ନିକାଣ୍ଡ ; ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ଜଣ ସଦସ୍ୟ

ଲୁଧିଆନା : ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ଜଣ ସଦସ୍ୟ। ନିଆଁରେ ପୋଡ଼ି ହୋଇ ସମସ୍ତ ୭ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବଡ଼ଧରଣ ଅଗ୍ନିକାଣ୍ଡ ଘଟି ସବୁ କିଛି ଛାରଖାର ହୋଇଯାଇଛି। ବୁଧବାର ସକାଳେ ଏହି ଘଟଣା ଘଟିଛି।

ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ପୂର୍ବ ଲୁଧିଆନାର ଏସିପି ସୁରିନ୍ଦର ସିଂହ କହିଛନ୍ତି ଯେ , ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ। ସେମାନେ ଟିବା ରୋଡ଼ ନିକଟସ୍ଥ ମ୍ୟୁନ୍ସିପାଲଟିର ବର୍ଯ୍ୟବସ୍ତୁର ଡମ୍ପିୟାର୍ଡ଼ ନିଟକରେ କୁଡ଼ିଆରେ ରହୁଥିଲେ। ତେବେ ଅଗ୍ନିକାଣ୍ଡ ଯୋଗୁ ସବୁ ଜଳିଯାଇଛି। ଟିବା ପୁଲିସ ଅଧିକାରୀ ମୃତକମାନଙ୍କୁ ଚିହ୍ନଟ କରିଛନ୍ତି । ଏମାନେ ହେଉଛନ୍ତି ଗୋଟିଏ ପରିବାରର ବାପା ମା’ ସହ ୫ ଜଣ ପିଲା। ମୃତକମାନଙ୍କର ନାଁ ଜଣାପଡ଼ି ନାହିଁ। ସେହିପରି କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ। ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।

Leave a Reply

Your email address will not be published. Required fields are marked *