ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରତିଷ୍ଠା ଦିବସ ଓ ବିଷୁବ ମିଳନ କାର୍ଯ୍ୟକ୍ରମ

ମହା ବିଷୁବ ସଂକ୍ରାନ୍ତିରେ ଓଡ଼ିଆ ଜାତୀୟ ସମ୍ମିଳନୀ ଆତ୍ମପ୍ରକାଶ କରିଥିଲା | ଏହି ଉପଲକ୍ଷେ ମହା ବିଷୁବ ସଂକ୍ରାନ୍ତିରେ ଏହାର ପ୍ରତିଷ୍ଠା ଦିବସରେ ବିଷୁବ ମିଳନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶଙ୍କ ସଭାପତିତ୍ବରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା | ଏହାକୁ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ହୋତା voice mail ଦେଇ ସମ୍ବୋଧିତ କରିଥିଲେ | ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମ୍ମିଳନୀର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ବିଶିଷ୍ଟ ଭାଷାବିତ ପଣ୍ଡିତ ଡ଼ଃ ଅନ୍ତର୍ଯ୍ୟାମୀ ମିଶ୍ର voice mail ଦେଇ ବିଷୁବ ସଂକ୍ରାନ୍ତିର ମହତ୍ତ୍ୱ ଆଲୋଚନା କରିଥିଲେ |ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ମା ତାରିଣୀଙ୍କ ଚଇତି ପର୍ବ ଉପଲକ୍ଷେ ସୁନ୍ଦର ତାରିଣୀ ଭଜନ voice mail ରେ ଶୁଣେଇଥିଲେ | ସମ୍ମିଳନୀର ଉପଦେଷ୍ଟା ପ୍ରଫେସର ମନୋରଞ୍ଜନ ଦାଶ ଶୁଭକାମନା ଜଣେଇଥିଲେ |ଉପସଭାପତି ଶ୍ରୀ ସଂଜୀବ ସାବତ ଓଡିଶାରେ ଓଡ଼ିଆରେ sign ବୋର୍ଡ଼ ଲେଖାଯିବା ଉପରେ ଗୁରୁତ୍ୱ ଦେଇଥିଲେ | ଜାତୀୟ ସମ୍ମିଳନୀ ଏ ଦିଗରେ ସକ୍ରିୟ ଭୂମିକା ନେବାକୁ ସେ ପରାମର୍ଶ ଦେଇଥିଲେ |ଶିକ୍ଷାବିତ ଶୀର୍ଷମୟ ମହାପାତ୍ର ପାଠ୍ୟ ପୁସ୍ତକ ପ୍ରଣୟନ ବ୍ୟବସ୍ଥା ଉପରେ ସରକାର ଉପଯୁକ୍ତ ଦୃଷ୍ଟି ଦେବାକୁ କହିଥିଲେ | ସାଧାରଣ ସମ୍ପାଦକ ଶ୍ରୀ ନିରାକାର ବେଉରା ଶିକ୍ଷା ବ୍ୟବସ୍ଥାରେ ସାଥିବହିର ପ୍ରଚଳନ କିପରି ଶିକ୍ଷାକୁ ବାଟବଣା କରୁଛି ତାହା ଉପରେ ଆଲୋଚନା କରି ସାଥିବହି ସବୁର ବ୍ୟାଜ୍ୟାପ୍ତି ହେବା ଦରକାର ବୋଲି ମତ ଦେଇଥିଲେ | ସଭାପତି ଶ୍ରୀକାନ୍ତ ଦାଶ ବିଷୁବ ସଂକ୍ରାନ୍ତିର ମହତ୍ତ୍ୱ, ମହାବୀର ଜୟନ୍ତୀ, ଆମ୍ବେଦକର ଜୟନ୍ତୀ, ଉପରେ ଆଲୋଚନା କରିଥିଲେ | ଏହାକୁ ଜଳସଂକ୍ରାନ୍ତି କହିବାର କାରଣ କହି ‘ଜଳ ଦାନ ମହା ପୁଣ୍ୟ ‘ ବୋଲି ମତ ଦେଇଥିଲେ | ସଭାରେ ଉପସ୍ଥିତ ଥିବା ସଦସ୍ୟ ମାନେ ହେଲେ ନମିତା ଲେଙ୍କା, ଟି ନିରଞ୍ଜନ ମୂର୍ତ୍ତି, ରାକେଶ ସେଠି, ପ୍ରିୟବ୍ରତ ମହାନ୍ତି, ସଂଜୀବ ଦାସ, ଅଞ୍ଜଳିପ୍ରଭା ଦାଶ, ରାଜଶ୍ରୀ ତ୍ରିପାଠୀ, ପ୍ରମୋଦ ଶତପଥୀ, ଅନ୍ତର୍ଯ୍ୟାମୀ ମିଶ୍ର (ଦଶପଲ୍ଲା ), ଦେବଶ୍ରୀ ଦାଶ, ସୁକାନ୍ତ ତ୍ରିପାଠୀ | ପ୍ରଥମରୁ ସାଧାରଣ ସମ୍ପାଦକ ନିରାକାର ବେଉରା ଅତିଥି ପରିଚୟ ଦେଇଥିଲେ |ଶେଷରେ ରାଜଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ | ସଭାପରେ ସମସ୍ତଙ୍କୁ ପଣା ପିଇବାକୁ ଦିଆଯାଇଥିଲା |

Leave a Reply

Your email address will not be published. Required fields are marked *