ରାସ୍ତାକଡରୁ ଉଦ୍ଧାର ହୋଇଥିବା ସାଇମୀନାକ୍ଷୀଙ୍କୁ ଆପଣାଇଲେ ଜର୍ମାନ୍‌ ଦମ୍ପତି

କଟକ: ଆଠଗଡ଼ ରାସ୍ତାକଡରୁ ଉଦ୍ଧାର ହୋଇଥିବା ୯ମାସର ଶିଶୁକନ୍ୟାର ନୂଆ ଠିକଣା ଜର୍ମାନୀ। ‘ସର୍ଭ୍ୟାଣ୍ଟସ ଅଫ୍‌ ଇଣ୍ଡିଆ ସୋସାଇଟି’ରେ ପ୍ରତିପାଳିତ ହେଉଥିବା ଅନାଥ ଶିଶୁକନ୍ୟା ସାଇମୀନାକ୍ଷୀକୁ ମିଳିଛି ନୂଆ ପରିଚୟ। ଜର୍ମାନୀର ଲଣ୍ଡୌଏର ଷ୍ଟ୍ରାବେ-୧୦୦ର ଦମ୍ପତି ସର୍ଭାନନ ଥାଙ୍ଗାଭେଲ୍‌ ଏବଂ ତାଙ୍କ ପତ୍ନୀ ସୁଭାସିନୀ ମୁନିଆସାମି ସାଇମୀନାକ୍ଷୀକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ୨୦୨୨, ଜୁନ୍‌ ୨୮ରେ ଜନ୍ମଗ୍ରହଣ କରିଥିବା ଶିଶୁକନ୍ୟାକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଜୁଲାଇ ୧୨ତାରିଖରେ ଆଠଗଡ଼ ଅଂଚଳରୁ ରାସ୍ତାକଡରୁ ଉଦ୍ଧାର କରି ସର୍ଭ୍ୟାଣ୍ଟସ ଅଫ ଇଣ୍ଡିଆ ସୋସାଇଟିକୁ ହସ୍ତାନ୍ତର କରିଥିଲେ। ଉକ୍ତ ଶିଶୁକନ୍ୟାକୁ ଗତ ଅକ୍ଟୋବର ୨୬ରେ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିବା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ ସମିତି, କଟକ ଓ ପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂସାଧନ ସଂସ୍ଥା ଅନୁମତି ପ୍ରଦାନ କରିଥିଲେ।’
ପ୍ରକାଶଥାଉକି ସାଇମୀନାକ୍ଷୀର ପିତା ପେସାରେ ଜଣେ ବ୍ୟବସାୟୀ ଏବଂ ମାତା ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପରାମର୍ଶଦାତା ଭାବେ କାର୍ଯ୍ୟରତ। ଇତିମଧ୍ୟରେ ସାଇମୀନାକ୍ଷୀର ପାସପୋର୍ଟ ପାଇଁ ଆବେଦନ କରାଯାଇଥିବା ବେଳେ ଶିଶୁକନ୍ୟାର ଭିସା ପାଇଁ ଦିଲ୍ଲୀରେ ପ୍ରକ୍ରିୟା ଜାରି ରହିଛି। ନିଜ ପ୍ରତିକ୍ରିୟାରେ ଥାଙ୍ଗାଭେଲ ଦମ୍ପତି କହିଛନ୍ତି ଯେ, ସାଇମୀନାକ୍ଷୀ ସର୍ଭାନନ୍‌ ସେମାନଙ୍କୁ ଖୁବ ଭଲ ପାଉଛି ଏବଂ ସେମାନେ ମଧ୍ୟ ତାକୁ ବହୁତ ଭଲ ପାଉଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଶିଶୁହସ୍ତାନ୍ତର କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *