ସ୍ଵତନ୍ତ୍ର ସ୍ମୃତି ସମାରୋହର ବର୍ଷପୂର୍ତ୍ତି ଅବସରରେ ବନ୍ଧୁ ମିଳନ

ବାଲିକୁଦା : ବାଲିକୁଦା ବ୍କକ ରାହାଣସ୍ଥ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ର ସଂସଦ ଆନୁକୁଲ୍ୟରେ ତଥା ବିଦ୍ୟାଳୟ ପୋଷ୍ୟକର୍ଥା ତଥା ପୂର୍ବତନ ପ୍ରଶାସକ ଓ କବି ବ୍ରହ୍ମାନନ୍ଦ ବେହେରା ଏବଂ ଶିକ୍ଷକ ମାନଙ୍କ ମାର୍ଗଦର୍ଶନରେ ଆଜି ସ୍ଵତନ୍ତ୍ର ସ୍ମୃତି ସମାରୋହର ବର୍ଷପୂର୍ତ୍ତି ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବର୍ଷପୂର୍ତ୍ତି ସମ୍ପର୍କିତ ଅନୁଭୂତିମାନ ଉପସ୍ଥିତ ସମସ୍ତ ଶିକ୍ଷକ ଏବଂ ପୁରାତନ ଚ୍ଛାତ୍ରଛାତ୍ରୀମାନେ ନିଜ ଅଭିଭାଷଣରେ କହିଥିଲେ । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରାତନ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା,ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ,ସଞ୍ଜୟ କୁମାର ମହାରଣା ଆଦି ମଞ୍ଚାସିନ ରହି ନିଜର ଅଭିଭାଷଣରେ ବିଦ୍ୟାଳୟର ଉତ୍ତୋରତର କାମନା କରିବା ସହ ନିଜ ଅଞ୍ଚଳରେ ବିଦ୍ୟାଳୟର ସୁନାମ ଆଣିବା ଦିଗରେ ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ମାଟ୍ରିକ ପରୀକ୍ଷା ୨୦୨୩ ରେ ବିଦ୍ୟାଳୟର ପ୍ରଥମ ୩ଟି ସ୍ଥାନ ଅଧିକାର କରିଥିବା ଛାତ୍ରୀ: ପ୍ରଥମ ସ୍ଥାନରେ ସୁଶ୍ରୀ ଜୁଲିରାଣୀ ପଣ୍ଡା, ମାତା: ରୋଜାଲିନ୍ ପଣ୍ଡା, ପିତା: ବାବୁରାମ ପଣ୍ଡା, ସା.ପାଇକରାପୁର(ମନ୍ଦାରକଣ), ଦ୍ୱିତୀୟ ସ୍ଥାନରେ ସୁଶ୍ରୀ ସୋନାଲୀ ଜେନା, ମାତା: କଲ୍ୟାଣୀ ଜେନା, ପିତା: ସୁକାନ୍ତ ଜେନା, ସା.ବଳଭଦ୍ରପୁର ଏବଂ ତୃତୀୟ ସ୍ଥାନରେ ଥିବାସୁଶ୍ରୀ ରାନୀ ଖଟୁଆ, ମାତା: ସୁମିତ୍ରା ଖଟୁଆ, ପିତା: ରମେଶ ଚନ୍ଦ୍ର ଖଟୁଆ, ସା./ପୋ: ବୋରିକିନାଙ୍କୁ ଛାତ୍ର ସଂସଦ ତରଫରୁ ମାନପତ୍ର, ଉତ୍ତରୀୟ, ଅର୍ଥ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ବିଦ୍ୟାଳୟ ରୁପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି, ବିଦ୍ୟାଳୟ ଉନ୍ନତିକରଣ ସମ୍ପର୍କରେ ଆଲୋଚନା, ଶିକ୍ଷକ ନିଯୁକ୍ତି କାର୍ଯ୍ୟ କିପରି ତ୍ୱରାନ୍ୱିତ ହେବ, ପୁରାତନ ଛାତ୍ର ସଂସଦ ଭବିଷ୍ୟତ କାର୍ଯ୍ୟପନ୍ଥା,ବିଦ୍ୟାଳୟର ବାର୍ଷିକ ଉତ୍ସବ ବାବଦରେ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ମିଲନ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ , ସମ୍ପାଦକ ଅଭୟ କୁମାର ମାଝୀ, କୋଷାଧ୍ଯକ୍ଷ ବାବୁଲି ବେହେରା, ତପନ ଦଳାଇ, ପବିତ୍ର କୁମାର ସ୍ୱାଇଁ, ବିଭୁଦତ୍ତ ବେହେରା, ସାହାଜାହାନ ପ୍ରଧାନ, ରୁଦ୍ରପ୍ରକାଶ ବେହେରା, ବିଘ୍ନେଶ ବେହେରା, ସମ୍ବିତ ପୁହାଣ, ସ୍ୱୟଂସ୍ନାତା ବେହେରା, ସୂଜାତା ମଲ୍ଲିକ, ଲୀଜା ମାଝୀ, ସମୀକ୍ଷା ଯତି, ପ୍ରଜ୍ଞ୍ୟା ଓଝା ଓ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *