ମାନସିକ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ଉତ୍ତମ ବିଚାରବିମର୍ଶ – ସ୍ବରାଜ କୁମାର ଧର

ବର୍ତ୍ତମାନ ସମୟରେ ମାନସିକ ରୂପେ ସୁସ୍ଥ ରହିବା ଏକ କାଠିକର ପାଠ । ମୂଖ୍ୟତଃ ପିଲାମାନଙ୍କ ଯେଉଁ ସମୟରେ ଖେଳକୁଦ କରିବା ଆବଶ୍ୟକ ସେ ବୟସରେ ତାଙ୍କ ମୁଣ୍ଡରେ ନିଜର ଭବିଷ୍ୟତ,ସଫଳତା ଏବଂ ଅବିଭାବକଙ୍କ ଉଚ୍ଚ ଅଭିଳାଷର ବୋଝକୁ ନେଇ ସେମାନେ ଭାରାକ୍ରାନ୍ତ ହୋଇ ପଡୁଛନ୍ତି । ତେବେ ଶିକ୍ଷା କ୍ଷେତ୍ରରେ ଥିବା ଏହି ମାନସିକ ସମସ୍ୟାକୁ ନିଜର ମନସ୍ତତ୍ଵ ଅନୁଷ୍ଠାନ “ଜେନକ୍ସର ଏଡୁକେଟ୍ ପ୍ରାଇଭେଟ୍ ଲିମିଟେଡ” ଦ୍ଵାରା ସମାଧାନ କରୁଛନ୍ତି ଯୁବ ଉଦ୍ୟୋଗୀ ସ୍ବରାଜ କୁମାର ଧର ।

ଅନୁଗୁଳ ଜିଲ୍ଲାରେ ଜନ୍ମିତ କୁମାର ସ୍ବରାଜ ନିଜର ଉଚ୍ଚଶିକ୍ଷା ସମାପ୍ତି ପରେ ଖୁବ୍ ପ୍ରତିଷ୍ଠିତ କଂପାନୀରେ କାର୍ଯ୍ୟରତ ଥିଲେ ଏହି ଯୁବ ଉଦ୍ୟୋଗୀ ଜଣଙ୍କ । ମାତ୍ର ପରବର୍ତ୍ତୀ ସମୟରେ ନିଜର କାର୍ଯ୍ୟରୁ ସମାଜ ଉପରେ କିଛି ପ୍ରଭାବ ପଡୁନାହିଁ ବୋଲି ହୃଦବୋଧ କରିବାରୁ ସେ ନିଜକୁ ଟାଣି ଆଣିଲେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରକୁ । ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାଇଦ୍ରାବାଦରେ ଏକ ଆଶ୍ରମରେ ରହି ଯୋଗ,ପ୍ରାଣାୟମ ଆଦିର ସମସ୍ତ ତାଲିମ୍ ଗ୍ରହଣ କରିବା ପରେ ବର୍ତ୍ତମାନର ସମୟରେ ଏକ ସଠିକ୍ ସମସ୍ୟାର ସମାଧାନ ପାଇଁ ଆମେ କରୁଥିବା ଚିନ୍ତା, ବିଷାଦ,ଆତ୍ମହତ୍ୟା ଆଦିକୁ ତୃଣମୂଳସ୍ତର ତଥା ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ମଧ୍ୟରୁ ହଟାଇବା ପାଇଁ ନିଜର ଅନୁଭବ, ପ୍ରାୟୋଗିକ ଜ୍ଞାନ ଏବଂ ଅଭିଞତାକୁ ଆଧାର କରି ଉଦ୍ୟୋଗୀ ସ୍ବରାଜ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ପ୍ରତିଷ୍ଠା କଲେ ଜେନକ୍ସର ଏଡୁକେଟ୍ ପ୍ରାଇଭେଟ୍ ଲିମିଟେଡ।

ଜେନକ୍ସର ଏଡୁକେଟ୍ ପ୍ରାଇଭେଟ୍ ଲିମିଟେଡ ବିଷୟରେ କିଛି –

ନିଜର ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ୯ ଜଣ ମୁଖ୍ୟ ମନସ୍ତତ୍ଵବିତ୍ ଏବଂ ୨୦୦ ଜଣ କାଉନସେଲରଙ୍କ ସହଯୋଗରେ ୬ରୁ୧୫ ବର୍ଷ ପିଲାଙ୍କ ମଧ୍ୟରେ ମାନସିକ ସଚେତନତାକୁ ସସକ୍ତ କରିବା ଲକ୍ଷ୍ୟରେ ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି ଶ୍ରୀଯୁକ୍ତ ଧର । ବର୍ତ୍ତମାନ ଭୁବନେଶ୍ବରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ସମ୍ବଲପୁରରେ ଏହାର ଶାଖା କାର୍ଯ୍ୟାଳୟ ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଉଭୟ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ନେଇ ୫ ସପ୍ତାହ ବ୍ୟାପୀ ମାନସିକ ସ୍ଵାସ୍ଥ୍ୟ ଉପରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ସେମାନଙ୍କୁ ମନସ୍ତତ୍ଵବିତଙ୍କ ଦ୍ଵାରା ସଠିକ୍ ମାର୍ଗଦର୍ଶନ କରାଯାଇଥାଏ । ଏଥିସହିତ ତାମିଲନାଡୁ, ଗୁଜୁରାଟରେ ଏହି ସଂସ୍ଥା ଅନଲାଇନ୍ ଜରିଆରେ ସେବା ଯୋଗାଉଥିବା ବେଳେ ଆଗାମୀ ଦିନରେ ଦେଶର ସମସ୍ତ ରାଜ୍ୟ ତଥା ଓଡ଼ିଶାର ପ୍ରତିଟି ଶିକ୍ଷାନୁଷ୍ଠାନର ସହଯୋଗିତାରେ ମାନସିକ ସ୍ଵାସ୍ଥ୍ୟ କ୍ଲବ୍ ଗଠନ କରିବାର ଲକ୍ଷ୍ୟ ରଖିଛନ୍ତି ସ୍ବରାଜ କୁମାର ।

Leave a Reply

Your email address will not be published. Required fields are marked *