ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ

ବିରମିତ୍ରପୁର: ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘରେ ପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପରି ଜଘନ୍ୟ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତ ଅଧିନସ୍ଥ ଭଦ୍ରାଟୋଲୀ ବସ୍ତିରେ ଗତ କାଲି ଘଟିଯାଇଛି । ବୃଦ୍ଧ ଦମ୍ପତି ଘରେ ଏକା ରହୁଥିବା ବେଳେ ସେମାନଙ୍କ ୩ ପିଲା ବାହାରେ ରୁହନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ କେହି ଦୁର୍ବୃତ୍ତ ଘରେ ପଶି ଉଭୟଙ୍କୁ ହାଣି ଥିବା ଜଣାଯାଇଛି। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରାଏବଗା ପୋଲିଶ ଓ ବୀରମିତ୍ରପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛନ୍ତି I ପାରିପାର୍ଶ୍ୱିକ ସ୍ଥିତିରୁ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିବେ ବୋଲି ଜଣାଯାଇଛି। ଏହାପରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ । ବାପାମା’ଙ୍କ ମୃତ୍ୟୁ ଖବର ଶୁଣି ସେମାନଙ୍କ ୩ ସନ୍ତାନ ଘରେ ପହଞ୍ଚିଥିବା ବେଳେ କିଏ ଏପରି ହତ୍ୟାକାଣ୍ଡ ଭିଆଇଥିବ ସେମାନେ ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି।

Leave a Reply

Your email address will not be published. Required fields are marked *