୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ହାଇସ୍କୁଲ କିରାଣି ମହେଶ୍ୱର ସାମଲ

ଯାଜପୁର ଟାଉନ: ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ । ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ। କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟ ର କିରାଣୀ ମହେଶ୍ୱର ସାମଲ ଗିରଫ। ସୂଚନା ଅନୁଯାୟୀ ଅବସର ପ୍ରାପ୍ତ ନିରଞ୍ଜନ ରାୟ ପେନ୍ ସନ୍ କାଗଜ ପତ୍ର କାମ କରାଇଦେବା ପାଇଁ କିରାଣି ମହେଶ୍ୱର ସାମଲ ୭ ହଜାର ଟଙ୍କା ମାଗିଥିବା ବେଳେ ଆଜି ଅବସର ପ୍ରାପ୍ତ ଶିକ୍ଷକ ନିରଂଜନ କିରାଣି ମହେଶ୍ୱର କୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏନେଇ ନିରଞ୍ଜନ ଗତ କାଲୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କିରାଣି ମହେଶ୍ୱର।

Leave a Reply

Your email address will not be published. Required fields are marked *