୩୦ ଜୁନ୍ ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ସ୍ବସ୍ତି ପ୍ରିମିୟମରେ ହିଲସା ଫୁଡ୍ ଫେଷ୍ଟିଭାଲ

ଭୁବନେଶ୍ୱର : ରାଜଧାନୀର ଖାଦ୍ୟ ପ୍ରେମୀଙ୍କ ପାଇଁ ଉତ୍ସାହଜନକ ଖବର ! ଅଗ୍ରଣୀ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରୁପ ସ୍ବସ୍ତି ତରଫରୁ ଜୟଦେବ ବିହାର ସ୍ଥିତ ସ୍ଵସ୍ଥି ପ୍ରିମିୟମ ଠାରେ ଆସନ୍ତା ଜୁନ୍ ୩୦ ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଅଛି ହିଲସା ଖାଦ୍ୟ ମହୋତ୍ସବ। ହିଲସା ମାଛରେ ପ୍ରସ୍ତୁତ ସୁସ୍ବାଦୁ ଓ ନିଆରା ଅନୁଭବର ଖାଦ୍ୟ ସବୁ ଏହି ହୋଟଲର ଗୁରମେଟ ରେଷ୍ଟୁରାଣ୍ଟରେ ଉପଲବ୍ଧ ହେବ । ଏବିଷୟରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇ ଏହାର ମୁଖ୍ୟ ସେଫ୍ ବିଶ୍ଵନାଥ କହିଛନ୍ତି ଯେ, ବିଳାସପୂର୍ଣ୍ଣ ହୋଟେଲ ସ୍ବସ୍ତି ପ୍ରିମିୟମ, ତାର ନିଆରା ସ୍ୱାଦର ରୋଷେଇ ପାଇଁ ଜନାଦୃତି ପାଇସାରିଛି । ଭୁବନେଶ୍ୱରରେ ହିଲସା ମାଛର ବିଭିନ୍ନ ସୁଆଦିଆ ଖାଦ୍ୟ ଆମ ରେଷ୍ଟୁରାଣ୍ଟରେ ଆସି ଟେଷ୍ଟ କରିବାକୁ ସେ ନିବେଦନ କରିଛନ୍ତି | ଦି ଗୁରମେଟରେ ହିଲ୍ସା ଫୁଡ୍ ଫେଷ୍ଟିଭାଲ୍ ହେଉଛି ଏକ ବିଶେଷ କାର୍ଯ୍ୟକ୍ରମ ଯେଉଁଠାରେ ଆମେ ହିଲ୍ସା ମାଛର ଚମତ୍କାର ସ୍ୱାଦ ଆପଣଙ୍କୁ ପ୍ରଦାନ କରିବୁ | ଆମର ବିଶେଷଜ୍ଞ ରୋଷେୟାମାନେ ଏକ ସୁନ୍ଦର ଖାଦ୍ୟ ସମୂହ ପ୍ରସ୍ତୁତ କରିଛନ୍ତି, ଯାହା ଆପଣଙ୍କୁ ପସନ୍ଦ ଆସିବ |

ପାରମ୍ପରିକ ବେଙ୍ଗଲୀ ଖାଦ୍ୟ ଇଲିସି ମାଛର ପଥୁରୀ, ଭଜା, ତରକାରୀ, ପୋଡା ମାଛ, ମସଲା ଫ୍ଲେଭର, ସୂକ୍ଷ୍ମ ଧୂଆଁଯୁକ୍ତ ସ୍ୱାଦର ହିଲ୍ସା, ସୋରିଷ ହିଲ୍ସା ଇତ୍ୟାଦି ସୁସ୍ୱାଦୁ ଖାଦ୍ୟର ସମ୍ଭାର ସୁଲଭ ମୂଲ୍ୟରେ ଉପଲବ୍ଧ ହେବ | ଅନ୍ୟ ଏକ ଖାଦ୍ୟ ସତେଜ ଏବଂ ସୁସ୍ବାଦୁ ହିଲସା ଡେଲାଇଟ୍, ଏକ ମିଠା ଯାହା ଆପଣଙ୍କୁ ଖାଇବା ଶେଷରେ ପାଟିକୁ ମନମତାଣିଆ ସ୍ୱାଦ ପ୍ରଦାନ କରିବା ବୋଲି ସୂଚନା ଦିଆଯାଇଛି |

ଏହି ଅବିସ୍ମରଣୀୟ ସ୍ୱାଦର ଅନୁଭବ ପାଇଁ ଆସନ୍ତା ଜୁନ୍ ୩୦ ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଗୁରମେଟରେ ହେଉଥିବା ହିଲସା ଖାଦ୍ୟ ମହୋତ୍ସବରେ ଯୋଗ ଦେବାପାଇଁ ସମସ୍ତଙ୍କୁ ନିବେଦନ କରାଯାଇଅଛି |

Leave a Reply

Your email address will not be published. Required fields are marked *