ଦୁଲଣାପୁରରେ ରଙ୍ଗ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବାଙ୍କୀ : ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁରସ୍ଥିତ ଲକ୍ଷ୍ମୀନାରୟଣ ମନ୍ଦିର ମଣ୍ଡପରେ ଏକ ସ୍ୱତନ୍ତ୍ର ରଙ୍ଗ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ତଥା ଜନମଙ୍ଗଳ ପରିଷଦର ସଂପାଦକ ନିରଞ୍ଜନ ସାହୁ ସଭାପତିତ୍ୱ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ରଙ୍ଗ ଉତ୍ସବ ହେଉଛି ଏକ ଭାଇଚାରାର ସଂପର୍କ ଓ ମିଳନର ପର୍ବ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଭାବେ ପାଲା ଗାୟକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ବିପିନି ବିହାରୀ ମହାପାତ୍ର, ସମ୍ବାଦିକ ଅନନ୍ତ କୁମାର ମହାପାତ୍ର, ପ୍ରତାପ ନାୟକ, ଅନନ୍ତ ରଣା, ଶୁଭେନ୍ଦୁ କୁମାର ମହାପାତ୍ର, ମାନସ ରଞ୍ଜନ ସାହୁ, ପୂର୍ଣ୍ଣେନ୍ଦୁ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ସ୍ଥାନୟ ୱାର୍ଡ ସଭ୍ୟା ସବିତା ସାହୁ, ସମାଜସେବୀ ଅକ୍ଷୟ କୁମାର ସାମଲ ପ୍ରମୁଖ ଯୋଗଦାନ କରି ରଙ୍ଗ ଉତ୍ସବର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଦିଲ୍ଲୀପ କୁମାର ମହାପାତ୍ର, ରକ୍ତଦାତା ସର୍ବେଶ୍ୱର ସାହୁ, ଦିଲ୍ଲୀପ କୁମାର ସାହୁ , ଅକ୍ଷୟ କୁମାର ସାମଲ ଓ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟଶିଳ୍ପୀ ପ୍ରତିମୟୀ ମହାରଣାଙ୍କ ନୃତ୍ୟ ବେଶ୍ ମନମୁଗ୍ଧକର ହୋଇଥିଲା । କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ସାହୁ, ନିର୍ମଳ ସାହୁ, ବାସବରାଜେଶ , ରୁଦ୍ରବଂଶୀ ମହାପାତ୍ର, ଲିଟନ ନାୟକ, ନିରଞ୍ଜନ ସାହୁ, ଭୀମସେନ ସାହୁ ଓ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ । ଶେଷରେ ସମାଜସେବୀ ମୁକେଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *