ପୋଲିସ ଅଧିକାରୀ ଦେଖାଇଲେ ମଣିଷପଣିଆ : ବୟସ୍କା ମହିଳାଙ୍କୁ ଘରେ ପହଞ୍ଚାଇବାରେ କଲେ ସାହାଯ୍ୟ

ଭୁବନେଶ୍ୱର -କଟକ କମିଶନରେଟ ପୋଲିସର “ଉଇ କେୟାର,ଉଇ ଡେୟାର” ସ୍ଲୋଗାନ କୁ ସାର୍ଥକ କରଛନ୍ତି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଆରକ୍ଷୀ ସହାୟତା କେନ୍ଦ୍ର ର ଦାୟିତ୍ୱରେ ଥିବା ଅଧିକାରୀ ନିରଞ୍ଜନ ନାୟକ । ଘଟଣାଟି ଏହିଭଳି, ରବିବାର ଦିନ ରାତି ପ୍ରାୟ ଦଶଟା ସମୟରେ ଜୈନକା ବୟସ୍କା ମହିଳା କଟକରୁ ଭୁବନେଶ୍ୱର ଆସୁଥିବା ଶେଷ “ମୋ ବସ” ରେ ଆସି ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଟର୍ମିନାଲ ରେ ପହଞ୍ଚିବା ପରେ, ସ୍ଥାନୀୟ ଅଶୋକ ନଗର ରେ ତାଙ୍କ ପୁଅବୋହୁ ରହୁଥିବା ଘରକୁ ଯିବାକୁ ଆଉ ବାଟ ଜାଣି ପାରି ନଥିଲେ । ସେହି ସମୟରେ ସେହି ଅଞ୍ଚଳରେ ଫୁଟ ପାଟ୍ରୋଲିଂ କରୁଥିବା ଆରକ୍ଷୀ ସହାୟତା କେନ୍ଦ୍ର ର ଅଧିକାରୀ ନାୟକଙ୍କ ଦୃଷ୍ଟିକୁ ସମୃକ୍ତ ବସ ର ଚାଳକ ଏହି ବିଷୟ ଆଣିବାରୁ ସେ ମହିଳାଂକ ଠାରୁ ତାଙ୍କର ନାମ ଠିକଣା ଇତ୍ୟାଦି ବୁଝି ଏକ ଅଟୋ ରିକ୍ସା ଭଡାରେ ଆଣି ମହିଳାଙ୍କୁ ତାଙ୍କ ଘରକୁ ପଠେଇ ବାରେ ସମସ୍ତ ବ୍ୟବସ୍ତା କରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ଅଧିକାରୀଙ୍କ ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ,ସେ କମିଶନରେଟ ପୋଲିସ ର ସ୍ଲୋଗାନକୁ ସାର୍ଥକ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *