ମାର୍ଚ୍ଚ ୧୩ରେ ରାଜଧାନୀରେ ସାମୁହିକ ବିବାହ ମହୋତ୍ସବ ଆୟୋଜନ କରିବ ପ୍ରୟାସ

ଭୁବନେଶ୍ୱର : ସାମ୍ପ୍ରତିକ ସମାଜରେ ବିବାହ ଏକ ମହତ୍ୱପୂର୍ଣ ଘଟଣା | ପରିବାରର ଅସହମତି ,ଯୌତୁକ ଅସଙ୍ଗତି ,ଅନାବଶ୍ୟକୀୟ ସାମାଜିକ ପ୍ରଥା ,ବୈବାହିକ ଉତ୍ତରଦାୟିତ୍ୱ ସମ୍ପର୍କରେ ଅନଭିଜ୍ଞତା ,ଝିଅମାନଙ୍କୁ ସାମଗ୍ରୀ କରିବାର ଅଭିପ୍ରାୟ ଓ ମନସ୍ତାତ୍ଵିକ ତାଳମେଳର ଅଭାବ ଯୋଗୁଁ ବିବାହ ହୋଇପାରୁନାହିଁ | ଏଣୁ ପ୍ରତିକାର ସ୍ୱରୂପ ନବବଧୂକୁ ସଚେତନ କରାଇବା ,ଆର୍ଥିକ ଅନଗ୍ରସର ମାନଙ୍କୁ ପ୍ରଧାନ୍ୟ ଦେବା, ଯୌତୁକ ବିରୋଧରେ ସଚେତନତା ଶିକ୍ଷିତ ବାତାବରଣ ସୃଷ୍ଟି କରିବା ଓ ବିବାହକୁ ରେଜିଷ୍ଟ୍ରିଭୁକ୍ତ କରିବାର ଅଙ୍ଗିକାରବଦ୍ଧତାକୁ ଆପଣାଇ ଏକ ସୁସ୍ଥ ,ଚିରସ୍ଥାୟୀ ଓ ବୁଝାମଣାପୂର୍ଣ ବୈବାହିକ ଜୀବନର ଲକ୍ଷ୍ୟ ହାସଲ କରିବାର ‘ ପ୍ରୟାସ ‘ ର ଧ୍ୟେୟ | ପ୍ରୟାସ ଦୀର୍ଘ ୭ ବର୍ଷ ମଧ୍ୟରେ ୧୭୫ ଗୋଟି ସାମୁହିକ ବିବାହ ସଫଳତାର ସହ ଆୟୋଜନ କରିସାରିଛି ଏବଂ ଆଗକୁ ଆହୁରି ପ୍ରୟାସ ଜାରି ରଖିବ | ସମାଜର ସବୁ ବର୍ଗ ,ଗୋଷ୍ଠୀ ,ଜାତି ତଥା ବିଧବା ,ଅକର୍ମଣ୍ୟ ,ଅବହେଳିତଙ୍କୁ ଏକାଠି କରି ‘ସାମୂହିକ ବିବାହ ‘ କୁ ଏକ ‘ସାମାଜିକ ମହୋତ୍ସବ’ ର ମାନ୍ୟତା ଦେବାକୁ ‘ ପ୍ରୟାସ ‘ ଏକ ପ୍ରୟାସ କରିଛି | 12 ମାର୍ଚ୍ଚ 2022 ଶନିବାର ସନ୍ଧ୍ୟାରେ ମଂଗନୀ , ମେହେନ୍ଦି ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବ ଓ 13 ମାର୍ଚ୍ଚ , 2022 ଦିନ ସ୍ଥାନୀୟ ୟୁନିଟ – 3 ସ୍ଥିତ ଶ୍ରୀ ଶ୍ରୀରାମ ମନ୍ଦିର ପରିସରରେ ଏହି
‘ ସାମୂହିକ ବିବାହ ମହୋତ୍ସବ ‘ ଅନୁଷ୍ଠିତ ହେବ | ଆବେଦନ କରିଥିବା ବରବଧୂ , ସେମାନଙ୍କ ପରିବାରର ଉପସ୍ତିତିରେ ବିବାହ ସମ୍ପୂର୍ଣ ହେବା ସହ ଆଇନ ଅନୁଯାଇ ରେଜେଷ୍ଟ୍ରିଭୁକ୍ତ ହେବେ | 8 ମ ବିବାହ ମହୋତ୍ସବ ଅନୁଷ୍ଠିତ ହେଉଛି ବୋଲି ଅଭ୍ୟର୍ଥନା କମିଟିର ଆବାହକ ତଥା ଶିକ୍ଷାବିତ ଡ଼ଃ ରବିନ୍ଦ୍ରନାଥ ପଟନାୟକ କହିଛନ୍ତି | ପୂର୍ବାହ୍ନ 11 ଘଟିକାରେ ୟୁନିଟ 2 ଆର୍ଯ୍ୟସଂସ୍କୃତି ମନ୍ଦିର ଠାରୁ 25 ଜଣ ବର ବାହାରି ୟୁନିଟ – 3 ସ୍ଥିତ ଶ୍ରୀ ଶ୍ରୀରାମ ମନ୍ଦିରକୁ ବରାନୁଗମନ କରିବେ | ଏହି କାର୍ଯ୍ୟକ୍ରମରେ ଡ଼ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ,ସମାଜ ସେବି ନମ୍ରତା ଚଢ଼ା ,କମଲ ମହାନ୍ତି ,ସୋନାଲି ପ୍ରିୟଦର୍ଶିନୀ ,ଜୟନ୍ତୀ ମହାନ୍ତି ,ମହାମାୟୀ ନେତାଜୀ ,ଡ଼ ସୁରେନ୍ଦ୍ର ମହାପାତ୍ର ,ବୃନ୍ଦାବନ ପରିହାରୀ , ପ୍ରେମ ଅଗ୍ରୱାଲ ,ଶିଶିର ମହାପାତ୍ର ,ଦିଲ୍ଲୀପ ପଣ୍ଡା , ଏବୋ ଆଇନଯିବି ଉମାକାନ୍ତ ତାଣ୍ଡି ଓ ଅନ୍ୟ କାର୍ଯ୍ୟକର୍ତ୍ତା ନିଜର ସହଯୋଗର ହାତ ବଡ଼ାଇଛନ୍ତିବୋଲି ‘ ପ୍ରୟାସ ‘ ର ଅଧକ୍ଷ ବନ ମହାନ୍ତି କହିବା ସହ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇ ସାମାଜିକ ଉତ୍ତରଦାୟିତ୍ୱର ନିର୍ଵାହନ କରିବାକୁ ସଶ୍ରଦ୍ଧ ଅନୁରଧ କରିଛନ୍ତି | ବିବାହ ସମୟରେ ବର- ବଧୁଙ୍କୁ ସାଧାରଣ ଚଳଣି ପାଇଁ ଯାହା ଦରକାର ପ୍ରୟାସ ସମସ୍ତ ଜିନିଷପତ୍ର ସହିତ ଗୋଟିଏ ବର୍ଷର ଗ୍ରୋସରୀ ପ୍ରଦାନ କରିଥାଏ | ସରକାରଙ୍କ କୋଭିଡି -19 ଗାଇଡ଼ଲାଇନ ଅନୁସାରେ ଏହି ସାମୂହିକ ବିବାହ ଅନୁଷ୍ଠିତ ହେବ |

Leave a Reply

Your email address will not be published. Required fields are marked *