ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି, ହେଲେ ବି କିଲୋ ପିଛା ୧୫ଶହ ରୁ ୨ହଜାର

ଭଦ୍ରକ ଜିଲ୍ଲା ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି । ହେଲେ ଭାଉ ହାତ ମାରି ହେଉନି, କିଲୋ ପିଛା ୧୫ଶହ ରୁ ୨ହଜାର । ଗତବର୍ଷ ମାନଙ୍କରେ ଇଲିସି ଏତେଟା ଦେଖା ଦେଇନଥିବା ବେଳେ ଏହିଥର କିଛି ଦିନ ହେବ ଲଗାଣ ବର୍ଷା ଆଉ ପୂର୍ବାଳି ପବନ ଯୋଗୁଁ ଧାମରା ଅଂଚଳର ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି ମାଛ ପଡୁଛି । ବଡ଼ ଇଲିସିର ଚାହିଦା ଥିବାରୁ ଏହା ଦର ମଧ୍ୟ ଆକାଶ ଛୁଆଁ ।

କିଲୋ ରୁ ଦେଢ଼ କିଲୋ ଇଲିସି ଗୁଡିକ ୧୫ ଶହରୁ ୨ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋ ରୁ ତଳକୁ ଓଜନର ଇଲିସି ୧୨ଶହ ଟଙ୍କାରେ ବିକ୍ରି ହେଉଛି ।

Leave a Reply

Your email address will not be published. Required fields are marked *