ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ସାତ ବର୍ଷର ପୁଅକୁ ଧରି ଧାରଣା ଦେଲେ ମହିଳା ; ବ୍ରହ୍ମପୁରର ତପସ୍ୱିନୀ ପରେ ବଲାଙ୍ଗିରର ଲୋପାମୂଦ୍ରା

ବଲାଙ୍ଗିର : ବ୍ରହ୍ମପୁରର ତପସ୍ୱିନୀ ଘଟଣା ପରେ ଏବେ ବିଭିନ୍ନ ଜାଗାରେ ଘଟୁଛି ସମାନ ଘଟଣା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହର ଟିକ୍ରାପଡାରେ। ଟିକ୍ରାପଡାର ବାସୁଦେବ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ଲୋପାମୂଦ୍ରା ମିଶ୍ରଙ୍କ ଭିତରେ ଗତ ୨୦୧୮ ମସିହାରେ କୌଣସି କାରଣକୁ ନେଇ ଦାମ୍ପତ୍ୟ କଳହ ଦେଖାଦେଇଥିଲା। କଳହ ଉଗ୍ର ରୂପ ଧାରଣ କରିବା ପରେ, ନିଜର ଯୌତୁକ ଜିନିଷ ପତ୍ର ସାଂଗରେ ନେଇ ଲୋପାମୁଦ୍ରା ସମ୍ୱଲପୁର ଠାରେ ଥିବା ନିଜ ବାପ ଘରକୁ ଚାଲି ଯାଇଥିଲେ।

ପ୍ରଥମେ ଥାନା ଓ ତାପରେ କୋର୍ଟରେ ଚାଲିଛି ମାମଲା। ଡିଭୋର୍ସ ପାଇଁ କୋର୍ଟରେ ମାମଲା ଚାଲିଥିବା ବେଳେ ହଠାତ ଆଜି ଠାରୁ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣା ଦେବା ଆରମ୍ଭ କରିଛନ୍ତି ଲୋପାମୂଦ୍ରା। ଲୋପାମୂଦ୍ରା ସମ୍ୱଲପୁରରୁ ଆସି, ଗତ କିଛି ମାସ ହେବ ବଲାଙ୍ଗିର ସହରର ତାଲପାଲି ପଡାରେ ଏକ ଭଡା ଘର ନେଇ ରହୁଥିଲେ। ଘର ମାଲିକ ଭଡା ଘରୁ ତଡିଦେବାରୁ ଏବେ ସ୍ୱାମୀଙ୍କ ସହିତ ରହିବା ପାଇଁ ଜିଦ୍ କରି ସେ ଧାରଣାରେ ବସିଛନ୍ତି।

ସେପଟେ ସଖି ସେଣ୍ଟର ତରଫରୁ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ବୁଝାସୁଜା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି। ସାଂଗରେ ଏକ ସାତ ବର୍ଷର ପୁଅକୁ ଧରି ଲୋପାମୂଦ୍ରା ଶୀତ ରାତିରେ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିବା ଘଟଣାକୁ ନେଇ ସାରା ସହର ଭିତରେ ଚର୍ଚ୍ଚାର ବିଷୟ ହୋଇଛି।

Loading

Leave a Reply

Your email address will not be published. Required fields are marked *