କୋଟିଆରେ ଜିଲ୍ଲା ପରିଷଦ ପାଇଁ ସର୍ବଦଳୀୟ ପ୍ରାର୍ଥୀ ବିରୋଧରେ ଲଢ଼ିବେ ସ୍ବାଧୀନ ପ୍ରାର୍ଥୀ

କୋରାପୁଟ: ବହୁଚର୍ଚ୍ଚିତ କୋଟିଆରେ ସର୍ବଦଳୀୟ ବୈଠକ ବିଫଳ ହୋଇଛି। ଏଠାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେବ। ସର୍ବଦଳୀୟ ପ୍ରାର୍ଥୀ ସମର୍ଥିତ ମମତା ଜାନିଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ନିର୍ବାଚନ ଲଢ଼‌ିବେ। କୋଟିଆରେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅନ୍ୟ ଜଣେ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।
ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଜି ଆଜି ଦିିନ ତମାମ ସର୍ବଦଳୀୟ ବୈୖଠକରେ ଚର୍ଚ୍ଚା ହୋଇଥିଲା। ପଟ୍ଟାଙ୍ଗୀର ସିପାହୀପୁଟ ଗାଁଁରେ ବସିଥିବା ବୈଠକରେ ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, କେରାପୁଟ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ରାମଚନ୍ଦ୍ର କାଡାମ, ବିଜେପି ତରଫରୁୁ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ବରିଷ୍ଠ ନେତା ତଥା ଅନ୍ୟ କର୍ମକର୍ତ୍ତା, କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ ଆଦି ଉପସ୍ଥିତ ଥିଲେ। ଜଣେ ଡିଏସପି, ଜଣେ ଆଡସିନାଲ ଏସ୍‌ପି, ୪ ଜଣ ଆଇଆଇସି ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ୧୩ଟି ୱାର୍ଡରେ ୧୪ ଜଣ ପ୍ରାର୍ଥୀ ନାମାନଙ୍କକ ଦାଖିଲ କରିଥିଲେ। ସରପଞ୍ଚ ପ୍ରାର୍ଥୀ ଭାବେ ୯ ଜଣ ନାମାଙ୍କନ ଦାଖଲ କରିିଥିଲେ। ସେ ମାାନଙ୍କ ଭିତରୁ ୨ ଜଣ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ନିର୍ବାଚନରେ ୭ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ସମିିତି ସଭ୍ୟା ପ୍ରାର୍ଥୀ ଅମ୍ବିକା ପାଙ୍ଗୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *