ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ଅଧିଷ୍ଠାନ ଉତ୍ସବ
ଭୁବନେଶ୍ୱର : ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି।ପୂର୍ବତନ ସଭାପତି ମଧୁଛନ୍ଦା ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରୋଟାରି ଜିଲ୍ଲା 3262ର 2026-27 ବର୍ଷର ଜିଲ୍ଲା ପ୍ରାନ୍ତପାଳ ଶ୍ରୀଯୁକ୍ତ ଅନିଲ କୁମାର ସାମଲ ଯୋଗଦେଇ ଥିଲେ। ନିଜ ଭାଷଣରେ ସେ ରୋଟାରିର ଆଭିମୁଖ୍ଯ ସମ୍ପର୍କରେ ବର୍ଣନା କରିବା ସହିତ ଏକାମ୍ର କ୍ଷେତ୍ର ହାତକୁ ନେଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ସହ ପ୍ରାନ୍ତପାଳ ଶ୍ରୀମତୀ ଚୁମକି ଘୋଷାଲ ତାଙ୍କ ବକ୍ତବ୍ଯରେ ରୋଟାରିର ଗଠନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ସେ ସଦା ସର୍ବଦା କ୍ଲବର କାର୍ଯ୍ୟକ୍ରମରେ ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ।ବିଦାୟୀ ସଭାପତି ମଧୁଛନ୍ଦା ବଳ କ୍ଲବର ସମସ୍ତ ସଦସ୍ଯ ମାନଙ୍କୁ ସେମାନଙ୍କ ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ।


ଏହି ଅବସରରେ ସେ 2025-26 ରୋଟାରି ବର୍ଷର ସଭାପତି ଶ୍ରୀମତୀ ନଳିନିଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିଲେ।ଶୀମତୀ ନଳିନୀ ପୂର୍ବ ବର୍ଷ ପରି ଏବର୍ଷ ମଧ୍ଯ କ୍ଲବର ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ଯଙ୍କ ସହଯୋଗ କାମନା କରିଥିଲେ। ସଂପାଦକ ଭାବରେ ସଂଜୟ ଦାସ ଦାୟୀତ୍ବ ଗ୍ରହଣ କରି ଆଗାମୀବର୍ଷରେ ହେବାକୁଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ରୋଟାରି ଏକ ବୃହତ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ସଂଗଠନ। ଏଥିରେ ସଦସ୍ଯମାନେ ନିସ୍ୱାର୍ଥପର ସେବା କରିବା ସହିତ ପୃଥିବୀରୁ ପୋଲିଓ ଭଳି ମାରାତ୍ମକ ରୋଗର ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟକରିଛନ୍ତି। ଏହି ଅବସରରେ ସଭାପତି ନୂତନ ନିର୍ଦ୍ଦେଶକ ମଣ୍ଡଳୀଙ୍କୁ ପରିଚିତ କରାଇ ରୋଟାରି ପିନ୍ ପ୍ରଦାନ କରିଥିଲେ।ନୂତନ ସଭ୍ଯା ଭାବରେ ଡ. ଐଶର୍ଯା ବିଶ୍ବାଳଙ୍କୁ ପୂର୍ବତନ ପ୍ରାନ୍ତପାଳ ଶପଥପାଠ କରାଇଥିଲେ।କ୍ଲବର ପରାମର୍ଶ ଦାତା ଗିରୀଶ ପ୍ରସାଦ ମହାନ୍ତି କ୍ଲବର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।କ୍ଲବର ପତ୍ରିକା “ଇନ୍ସପିରେସନ୍” ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା।ପୂର୍ବତନ ପ୍ରାନ୍ତପାଳ ଅଶ୍ବିନୀ କର, ଶିବବ୍ରତ ଦାଶ ଯୋଗଦାନ କରି ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। କ୍ଲବର ସମସ୍ତ ସଦସ୍ଯ ସଦସ୍ଯା ଯୋଗଦାନ କରି ସଭା ପରିଚାଳନା କରିବାରେ ସହଯୋଗ କରିଥିଲେ। ଭୁବନେଶ୍ବରର ଅନ୍ୟାନ୍ଯ କ୍ଲବର ସଦସ୍ଯମାନେ ଯୋଗଦାନ କରିଥିଲେ।ଶେଷରେ ରାଜଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।