ରୋଟାରି କ୍ଲବ ଏକାମ୍ର କ୍ଷେତ୍ର ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର : ରୋଟାରି କ୍ଲବ ଏକାମ୍ର କ୍ଷେତ୍ର ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦୀର ସଭାଗୃହ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ଏହି ଅବସରରେ ସେ ନାରୀମାନଙ୍କୁ ସ୍ୱାବଲମ୍ବୀ ହେବା ସହିତ ଦେଶ ମାତୃକାର ସେବାରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ । Kutie Kids Preschoolର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳାମାନେ ଘରର ଚାରିକାନ୍ଥ ବାହାରକୁ ଆସି କିଭଳି ସ୍ୱାବଲମ୍ବୀ ହୋଇ ଘର ଏବଂ ସମାଜର ଉନ୍ନତିରେ ସହଯୋଗର ହାତ ବଢ଼ାଇ ପାରିବେ, ତାହା ଦର୍ଶାଇଥିଲେ।କ୍ଲବର ସହକାରୀ ପ୍ରାନ୍ତପାଳ ଶ୍ରୀମତୀ ନିହାରିକା ମିଶ୍ର ଅନ୍ୟତମ ଅତିଥି ଭାବରେ ଯୋଗଦେଇ ସମାଜର ପ୍ରତେକ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ମହିଳାଙ୍କ ଭୂମିକାର ଅବତାରଣା କରିଥିଲେ।
କାର୍ଯ୍ୟକ୍ରମରେ ଜୀବନ ଜୀବିକା ସଂଘର୍ଷରେ ଅହରହ ସଂଗ୍ରାମ କରି ନିଜେ ବଞ୍ଚି ପରିବାର ପ୍ରତିପୋଷଣ କରୁଥିବା କିଛି ମହିଳା ଯଥା ଗାୟତ୍ରୀ ପଲାଇ,ବବିତା ଜେନା,ଏ.ପିଙ୍କି ଏବଂ ସୁକାନ୍ତି ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା | ତା ସହ ରାଜଧାନୀ ରାସ୍ତା କଡ଼ରେ ଛୋଟ ଫାଷ୍ଟଫୁଡ ଦୋକାନ ଟିଏ କରି ପରିବାର ପ୍ରତିପୋଷଣ କରୁଥିବା ଶ୍ରୀମତୀ ରଶ୍ମିତା ଲେଙ୍କାଙ୍କୁ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ତପସ୍ୱିନୀ ପଣ୍ଡା, ଶ୍ରୀମତୀ କଳ୍ପନା ଦାସ, ଶ୍ରୀମତୀ କଳ୍ପନା ରାଉତରାୟ ଏବଂ ଉର୍ମିଳା ମହାପାତ୍ରଙ୍କ ଆର୍ଥିକ ସହାୟତାରେ ଗୋଟିଏ ମାଇକ୍ରୋ ଓଭାନ ପ୍ରଦାନ କରା ଯାଇଥିଲା | ସହାୟତା ପ୍ରଦାନ କରି ଶ୍ରୀମତୀ ତପସ୍ୱିନୀ ପଣ୍ଡା କହିଥିଲେ କି, ଶ୍ରୀମତୀ ରଶ୍ମିତା ଲେଙ୍କାଙ୍କ ଅସୁବିଧା ବିଷୟରେ ସୋସିଆଲ ମିଡିଆରୁ ଜାଣି ଆମେ ମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲୁ |ଏହି ଛୋଟିଆ ସହାୟତା ତାକୁ ତାଙ୍କ ଜୀବିକା ନିର୍ବାହ କରିବାରେ ସହାୟ ହୋଇପାରିବ | ଏହିଭଳି ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କୁ ସାଧ୍ୟମତେ ସାହାଯ୍ୟ କରିବାକୁ ରାଜଧାନୀର ସ୍ୱଚ୍ଛଳ ବର୍ଗର ବ୍ୟକ୍ତିମାନଙ୍କୁ ସେ ଅନୁରୋଧ କରିଥିଲେ |
ଆର.ସି.ବି. ଏକାମ୍ର କ୍ଷେତ୍ରର ସଭାପତି ରୋଟାରୀଆନ ଡ. ମମତା ଦାଶଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ଏହି ସଭାରେ ରୋଟାରି ଏକାମ୍ର କ୍ଷେତ୍ରର ସମସ୍ତ ସଭ୍ଯ ସଭ୍ଯାଙ୍କ ସହିତ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗଦାନ କରିଥିଲେ। ଶେଷରେ କ୍ଲବର ସମ୍ପାଦିକା ମଧୁଛନ୍ଦା ବଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *