ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡ଼ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ପାଇଲେ ୨୦୨୧ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର |

ଭୁବନେଶ୍ୱର: ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡ଼ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ପାଇଲେ ୨୦୨୧ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ପୁରସ୍କାର ବାବଦରେ ଉପଢୌକନ ଓ ମାନପତ୍ର ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ବାବଦ ଅର୍ଥ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ସାଇକେଲଚାଳିକା ଶ୍ୱାସ୍ତି ସିଂ ଓ ଫୁଟବଲ ତାରକା ପ୍ୟାରୀ ଖାଖାଙ୍କୁ ଉପଢୌକନ ଓ ମାନପତ୍ର ସହିତ ୫୦ ହଜାର ଟଙ୍କାର ପୁରସ୍କାର ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *