କବିତାର ଅନ୍ତଃସ୍ୱର ସମାଜରେ ବାର୍ତ୍ତାବହ ରୂପେ କାର୍ଯ୍ୟ କରିଥାଏ : ରଞ୍ଜନ କୁମାର ବ୍ରହ୍ମା

ସେ ବହୁ ପ୍ରତିଭାର ଅଧିକାରୀ।ଜଣେ ଆଦର୍ଶ ଶିକ୍ଷକ,ନାଟ୍ୟକାର, ସାହିତ୍ୟିକ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହିତ ଶିକ୍ଷା ଓ ସାହିତ୍ୟ ମଧ୍ୟରେ ସେତୁ ରୂପେ ସେ  କାର୍ଯ୍ୟ ସମ୍ପାଦନ କରନ୍ତି।ନିଜର ଦୈନିକ ଜୀବନରୁ ଟିକେ ବିରତି ପାଇଲେ ସେ କାଗଜ ଓ କଲମ ଧରି ବସି ପଡନ୍ତି।ବଡଭାଇଙ୍କ ଲେଖା ଓ ପାଣ୍ଡୁଲିପିର ଭୁୟସୀ ପ୍ରସଂଶା ତାଙ୍କ ପାଇଁ ଥିଲା ସାହିତ୍ୟ ରଚନାର ପ୍ରେରଣା।ସେହି ଆଦର୍ଶ ଶିକ୍ଷକ ଜଣକ ହେଉଛନ୍ତି ରଞ୍ଜନ କୁମାର ବ୍ରହ୍ମା।ନିଜର ସମସ୍ତ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ଶିକ୍ଷକତା ବୃତିରେ ନିଯୁକ୍ତ ହେଲେ ରଂଜନ।ତେବେ ରଂଜନଙ୍କ ପାଇଁ ସାହିତ୍ୟ ସ୍ଵତଃପ୍ରବୃତ୍ତ ଅଟେ।ତାଙ୍କ ମନକୁ ଯେତେବେଳେ ଯେ କୌଣସି ସମୟରେ କିଛି ଘଟଣା ଆସେ ତାକୁ ଲେଖାର ରୂପ ଦିଅନ୍ତି ଏହି ସୁଲେଖକ ଜଣକ।ଓଡ଼ିଆ ଭାଷା ସାହିତ୍ୟରେ ରାଧାମୋହନ ଗଡ଼ନାୟକଙ୍କୁ ନିଜର ଆଦର୍ଶ ମାନନ୍ତି ଶ୍ରୀଯୁକ୍ତ ବ୍ରହ୍ମା।ରଂଜନଙ୍କ ମତରେ ଓଡ଼ିଆ ଭାଷାରେ ଥିବା ଶବ୍ଦସମ୍ଭାର ଖୁବ୍ ଶକ୍ତିଶାଳୀ ଅଟେ।ଏହାକୁ ପ୍ରୟୋଗ କରି ଯଦି କୌଣସି ଲେଖା ସେ ପ୍ରକାଶ କରିବେ ଏବଂ ତାହା ଅନ୍ୟ ମାନଙ୍କ ଦ୍ୱାରା ସ୍ବୀକୃତି ମିଳିଲେ ନିଜକୁ ଧନ୍ୟ ମନେ କରିବେ ରଂଜନ କୁମାର।

ଲେଖକ ରଂଜନ କୁମାର ବ୍ରହ୍ମାଙ୍କ କିଛି କୃତି ଓ ପୁରସ୍କାର ବିଷୟରେ କିଛି-

ମକର ରାୟେ ୨୦୧୨-୧୩
ନାଟକ-ରାବଣ ପୋଡି,ଖେଳନା ଆଣିଛି ଗୋପପୁରରୁ
କବିତା-ପ୍ରତ୍ୟାବର୍ତ୍ତନ ୨୦୨୧

ଶ୍ରେଷ୍ଠ କବି-ବାହୁଦା ମହୋତ୍ସବ
ସାରସ୍ୱତ ପ୍ରସଂଶା ପତ୍ର-ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ
ଶ୍ରେଷ୍ଠ କବି-ସୁନାପୁର ବେଳାଭୂମି ମହୋତ୍ସବ
ଶ୍ରେଷ୍ଠ ସାହିତ୍ୟ ସଂଯୋଜକ-କବିତାଘର ସାହିତ୍ୟ ମଞ୍ଚ

ଶ୍ରୀଯୁକ୍ତ ରଂଜନ କବିତା ସାହିତ୍ୟରେ ସିଦ୍ଧହସ୍ତ ଅଟନ୍ତି।କାରଣ  କବିତାରେ ଥାଏ ଅନ୍ତଃସ୍ୱର ଯାହାକୁ ସମାଜରେ ବାର୍ତ୍ତାବହ ରୂପେ କାର୍ଯ୍ୟ କରେ।ତେବେ ଆଗାମୀ ଦିନରେ ସାହିତ୍ୟ ରଚନା କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ସେ ଏହା ପରାମର୍ଶ ଦିଅନ୍ତି ଯେ ସର୍ବଦା ଆଗ୍ରହ ଓ ଉତ୍ସାହର ସହିତ ଲେଖନ୍ତୁ।ସମାଜରେ ଦେଖା ଦେଉଥିବା ତ୍ରୁଟିକୁ ଲଗାମ ଦେବା ଭଳି ଲେଖା ଲେଖକମାନେ ଲେଖନ୍ତୁ ଫଳରେ ଏକ ନୂତନ ପରିବର୍ତ୍ତନ ଓ ସମ୍ଭାବନା ସୃଷ୍ଟି ହେବ।ବିଶେଷ କରି ଲେଖିବା ସମୟରେ ଯେମିତି ଆମ ସଂସ୍କୃତି ଓ କଳା ଭଣ୍ଡାର ରେ ବାଧା ନ ଉପୁଜେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *