ଭୁବନେଶ୍ୱରରେ ହେବ ବଡ଼ ଦାଣ୍ଡିଆ ଉତ୍ସବ- ଜଶନ-ଏ-ଦାଣ୍ଡିଆ : ଯୋଗଦେବେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ, ଗୁଲୁଆ ସହିତ “ଚାରିଧାମ” ଫିଲ୍ମ ଟିମ୍, ଅର୍ଧେନ୍ଦୁ ଓ ଏଲିନା
ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ହେବ ଓଡ଼ିଶାର ସବୁଠାରୁ ବଡ଼ ଓ ଭବ୍ୟ ଦାଣ୍ଡିଆ ଉତ୍ସବ “ଜଶ୍ନେ ଦାଣ୍ଡିଆ ”। ତିନିଦିନିଆ ଏହି ମହୋତ୍ସବ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ, ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମାଇଦାନରେ ଚାଲି। ନୂଆ ଗାଁ ଗ୍ରାମୀଣ ବିକାଶ ମଞ୍ଚ ସହଯୋଗରେ ଫାଲ୍କନ୍ ଆଇ ଏଣ୍ଟରଟେନ୍ମେଣ୍ଟ ଦ୍ୱାରା ଆୟାଜନ କରାଯାଉଛି ବୋଲି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସ୍ପେଶାଲ୍ ଆର୍ଟିଷ୍ଟ ପ୍ରେଜେନ୍ସ ଭାବେ ମଞ୍ଚରେ ଉପସ୍ଥିତ ହେବେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି, ଗୁଲୁଆ ସହିତ ମୁଭି “ଚାରିଧାମ” ଟିମ୍, ଅର୍ଧେନ୍ଦୁ ଓ ଏଲିନା ସହିତ ମୁଭି “ଚ୍ୟାଲେଞ୍ଜ୍” ଟିମ୍। ସେଥିପାଇଁ ଓଲିଉଡ୍ର ଟ୍ରେଣ୍ଡିଂ ସିଙ୍ଗର ଓ ମ୍ୟୁଜିକ୍ ଡିରେକ୍ଟର ଅର୍ଜୁନ୍ ଅନୁପ୍ ମଧ୍ୟ ଅଂଶଗ୍ରହଣ କରିବେ। ଏହା ସହିତ ଆଉ ଅନେକ ସ୍ପେଶାଲ୍ ସର୍ପ୍ରାଇଜ୍ଗୁଡ଼ିକ ଶିଘ୍ର ଆମର ଆଧିକାରିକ ସୋସିଆଲ୍ ମିଡିଆ ପେଜ୍ “ଜଶ୍ନେ ଡାଣ୍ଡିଆ” ରେ ଘୋଷଣା କରାଯିବ। ଏହି ଦାଣ୍ଡିଆ ସମ୍ପୂର୍ଣ୍ଣ ପରିବାର ସହିତ ଉପଭୋଗ କରିବା ପାଇଁ ଜଶ୍ନେ ଦାଣ୍ଡିଆ ହେବ ଅବିସ୍ମରଣୀୟ ଅନୁଭୂତି । ଭବ୍ୟ ଗ୍ରାଣ୍ଡ ଆରତି ଓ ଧୋଲ, ଚମକଭରା ଏସ୍ଇଏକ୍ସ ସହିତ ସ୍ୱାଦିଷ୍ଟ ଫୁଡ୍ ସ୍ଟଲ୍ ଅଧିକ ସାହାୟକ କରିବ। ଏହି ଉତ୍ସବରେ ଉତ୍ସାହଦାୟୀ ଡିଜେ ପରିବେଷଣ କରିବେ ଶୋର୍ ବ୍ୟାଣ୍ଡ, ଡିଜେ ପାର୍ଥୋ, ଡିଜେ ରିଶି, ଡିଜେ ସ୍ଟ୍ରିଙ୍ଗ୍, ଡେସି ସ୍କୁଆଡ୍। ହୋଷ୍ଟିଂ କରିବେ ଆଙ୍କର ତନ୍ଭି ଓ ଆଙ୍କର ସାର୍ଥକ। ଜଶ୍ନେ ଦାଣ୍ଡିଆ ଭୁବନେଶ୍ୱରରେ ସଂସ୍କୃତି, ସଙ୍ଗୀତ ଓ ଉତ୍ସବର ସବୁଠାରୁ ଧମାଲ କରିବ ଏହି ଦାଣ୍ଡିଆ ମହୋତ୍ସବ। ଏହି ସାମ୍ବାଦିକ ସମ୍ମିଳନରେ ଡ଼ ଚିନ୍ମୟ ନନ୍ଦ ବଡ଼ଜେନା, ହିମାଂଶୁ ରଞ୍ଜନ ସମେତ ବହୁ ନୂତନ କଳାକର ଓ ସଭ୍ୟମାନେ ଉପସ୍ଥିତଥିଲେ ।