ନାଇଜର କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ; ମୃତ ଛାତ୍ରୀ ହେଲେ ଛତିଶଗଡ଼ର ପୂଜା ଜେଠଓ୍ବାନୀ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ନାଇଜର କ୍ୟାମ୍ପସ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଛାତ୍ରୀ ହେଲେ ପୂଜା ଜେଠଓ୍ୱାନୀ। ତାଙ୍କ ଘର ଛତିଶଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ନାଇଜରର ଫିଜିକ୍ସ ବିଭାଗର ୫ମ ବର୍ଷରେ ପାଠ ପଢୁଥିଲେ। ତାଙ୍କ ପାଖରୁ ଏକ ଡାଏରୀ ଜବତ କରିଛି ପୁଲିସ।

ତେବେ ଛାତ୍ରୀ ଜଣଙ୍କର ନାଇଜର କ୍ୟାମ୍ପସ ଛାତରୁ ଖସି ମୃତ୍ୟୁ ଘଟିଥିବା ବେଳେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି | ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *