ବିଶ୍ଵ ବ୍ରେଲି ଦିବସରେ ଜଏ ଅଫ ଗିଭିଂ ; ଦୃଷ୍ଟିବାଧିତ କଳାକାରଙ୍କୁ ବାଦ୍ୟଯନ୍ତ୍ର ପ୍ରଦାନ

ଭୁବନେଶ୍ୱର : ଆଜି ବିଶ୍ଵ ବ୍ରେଲି ଦିବସ ଅବସରରେ ସ୍ଥାନୀୟ ଇନ୍ଦ୍ରଧନୁ ମାର୍କେଟ ଠାରେ ଜଏ ଅଫ ଗିଭିଂ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେଶନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ, ଅସ୍ତିତ୍ବ ଏବଂ ରୋଟାରୀ କ୍ଲବ ଅଫ୍ ଏକାମ୍ର କ୍ଷେତ୍ର ତରଫରୁ ଦୃଷ୍ଟିବାଧିତ କଳାକାରଙ୍କୁ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ମାନେ ଦୃଷ୍ଟିବାଧିତ କଳାକାର ଅନୁଷ୍ଠାନ ନୀଳାଚଳ ଗୃପ୍ କୁ ଏକ ସମ୍ବଲପୁରୀ ଢୋଲକ ପ୍ରଦାନ କରିଥିଲେ । ଯାହାକି ସେମାନଙ୍କ ଦକ୍ଷତା କୁ ପ୍ରତିପାଦନ କରିବାରେ, ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ।

ପ୍ରଶାନ୍ତି ଏଜୁକେଶନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧକ୍ଷା ତପସ୍ୱିନୀ ପଣ୍ଡା, ରୋଟାରୀ କ୍ଲବ ଅଫ୍ ଏକାମ୍ର କ୍ଷେତ୍ର ର ଚାଟାର୍ଡ ସଭାପତି ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାପତି ରୋଟରିଆନ ନଳିନୀ, adsg ରେଖା ଦାସ ଏବଂ ଅସ୍ତିତ୍ଵ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *