ରୋଟାରୀ କ୍ଲବ ଅଫ ଏକାମ୍ର କ୍ଷେତ୍ର ଓ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ ଏକାମ୍ର କ୍ଷେତ୍ର ଓ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଅଛି | ଏହି ଅବସରରେ ରୋଟାରୀ କ୍ଲବ ତରଫରୁ ଓଡ଼ିଆର ପ୍ରଥମ ମହିଳା ଲେଫ୍ଟନାଣ୍ଟ କର୍ନେଲ ମେଜର ସୋନାଲି ରଥ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ପିଲାମାନଙ୍କୁ କାର୍ଗିଲ ଯୁଦ୍ଧରେ ବଳିଦାନ ଦେଇଥିବା ବୀର ଯବାନ ମାନଙ୍କ ବିଷୟରେ ସୂଚନା ଦେଇଥିଲେ | ସଭାକୁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ର ସଭାପତି ଡ ମମତା ଦାଶ ପରିଚାଳନା କରିଥିବା ବେଳେ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଓ ସ୍କୁଲ ର ସେକ୍ରେଟାରୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ଖୁବ ସୁନ୍ଦର ଭାବରେ କରାଯାଇପାରିଥିଲା | ଏଥିରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ର ଅନ୍ୟ ମେମ୍ବର ମାନଙ୍କ ମଧ୍ୟରେ ଶ୍ରୀମତୀ ତପସ୍ୱିନୀ ପଣ୍ଡା, ଡ ନୀତା ବୋହିଦାର ଡ. ରେଖା ଦାସ ଉପସ୍ଥିତ ଥିଲେ | ସଭା ଶେଷରେ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ତପସ୍ୱିନୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *