କର୍ପୁର ଗୌରଂ କରୁଣାବତାରମ…ଶିବ ଆରାଧନା ଶ୍ଳୋକ ଗାଇ ସୋସିଆଲ ମିଡିଆରେ ରାତାରାତି ପ୍ରସିଦ୍ଧି ସାଉଁଟିଥିବା ଅଭିଲିପ୍ସା ପଣ୍ଡାଙ୍କ ବିଷୟରେ ଜାଣନ୍ତୁ

ଅଭିଲିପ୍ସା ପଣ୍ଡା ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ଏକ ବ୍ରାହ୍ମଣ ପରିବାରରେ ନଭେମ୍ବର 2001ରେ ଜନ୍ମ ଗ୍ରହଣ କରିଥିଲେ | ପିତାଙ୍କ ନାମ ଅଶୋକ ପଣ୍ଡା ଓ ମାତାଙ୍କ ନାମ ପୁଷ୍ପଶ୍ରୀ ପଣ୍ଡା | ପିଲାବେଳୁ ହିଁ ଗୀତ ଗାଇବାର ନିଶାରେ ଥିଲେ ସେ ମତୁଆଲା | କେନ୍ଦ୍ରୀୟ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ପରେ ସେ ଆଇନରେ ପାଠ ପଢ଼ିଛନ୍ତି | ସେ ମଧ୍ୟ ଜଣେ ଭଲ କରାଟେ ପ୍ରଶିକ୍ଷିକା |

ମାତ୍ର ଦୁଇ ମାସ ତଳୁ ସେ ଏହି ଗୀତ ଟି ରେକର୍ଡିଙ୍ଗ କରିଥିବା ବେଳେ ଏକ ମାସ ତଳେ ଏହାକୁ ଜିତୁ ଶର୍ମା ନାମକ youtube ଚାନେଲ ରେ ଅପଲୋଡ଼ କରିଥିଲେ ଯାହା ପରବତ୍ତୀ ସମୟରେ ସୋସିଆଲ ମିଡିଆରେ କ୍ରେଜ ପାଲଟିଯାଇଛି |

https://youtu.be/aRoMeNr1mMQ

Leave a Reply

Your email address will not be published. Required fields are marked *