ଆଜିଠୁ ଖୋଲିଲା ଭୁବନେଶ୍ବର ମାର୍କେଟ୍‌ ବିଲ୍‌ଡିଂ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ୩ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ। ମାର୍କେଟ ବିଲ୍ଡିଂ ଭିତରେ ଉଠା ଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍‌ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।

ଉଠା ଦୋକାନୀଙ୍କୁ ପୁଲିସର ଏକ ଟିମ୍ ଜଗିବ। ଯେପରି ମାର୍କେଟ ବିଲ୍ଡିଂ ଭିତରକୁ କୌଣସି ଉଠା ଦୋକାନୀ ପଶି ପାରିବେନି, ସେନେଇ ବିଏମ୍‌ସିର ଏକ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଦୃଷ୍ଟି ଦେବ ବୋଲି ନିଷ୍ପତ୍ତି ହୋଇଛି।

କିଛି ଦିନ ତଳେ ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଗଣ୍ଡଗୋଳ ହେବା ପରେ ମାର୍କେଟ ବିଲ୍ଡିଂ ଗତ ୩ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଥିଲା । ତେବେ ବିଏମ୍‌ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।

Leave a Reply

Your email address will not be published. Required fields are marked *