ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ମଧୁଜୟନ୍ତୀ ପାଳନ

ଭୁବନେଶ୍ୱର : ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ମଧୁବାବୁଙ୍କ ଉପରେ ଏକ webinar ଆୟୋଜିତ ହୋଇଯାଇଅଛି |ଏଥିରେ ସମ୍ମିଳନୀର ସଭାପତି ପ୍ରଫେସର ଡ଼ଃ ଅମିୟ କୁମାର ମହାନ୍ତି ସଭାପତିତ୍ବ କରିଥିଲେ ଓ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ଼ଃ ବିନାୟକ ରଥ ମଧୁବାବୁଙ୍କର ଓଡିଶାର ଅର୍ଥନୀତି, ସମବାୟ ଓ ଶିଳ୍ପ ପାଇଁ ଅବଦାନ ଉପରେ ଆଲୋଚନା କରିଥିଲେ | ପ୍ରଫେସର ଡ଼ଃ କମଳା ପ୍ରସାଦ ମହାପାତ୍ର ମଧୁବାବୁ କେତେ ସ୍ୱାଭିମାନ ଥିଲେ, ସେ ବିଷୟରେ ଆଲୋଚନା କରିଥିଲେ | ମୁମ୍ବାଇ ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ଭଗବାନ ପଣ୍ଡା ମଧୁବାବୁ ଜଣେ ସଚ୍ଚା ଓଡ଼ିଆ ଥିଲେ ବୋଲି ମତ ଦେଇଥିଲେ | ବିଦୂଷି ଶ୍ରୀମତୀ ବିନିତା ସିଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଓଡ଼ିଆ ଭାଷାକୁ ବାଧ୍ୟତା ମୂଳକ ବିଷୟ ରଖିବାପାଇଁ ସରକାର ନିଷ୍ପତ୍ତି ନେବାକୁ ସେ ମତ ଦେଇଥିଲେ |ଶ୍ରୀକାନ୍ତ ଦାଶ ମତ ଦେଇଥିଲେ ଯେ ମଧୁବାବୁ ବାରିଷ୍ଟର ନ ଥିଲେ ବି ତାଙ୍କ ବୃତ୍ତିଗତ ଦକ୍ଷତା, ଆଇନ ବିଦ୍ୟାରେ ଗଭୀର ପ୍ରବେଶ ଯୋଗୁଁ ତାଙ୍କୁ ଲୋକେ “ବାରିଷ୍ଟର”ସମ୍ବୋଧନ କରୁଥିଲେ | ଏଭଳି ବ୍ୟକ୍ତି ବିରଳ |ସମାଜସେବୀ ରମେଶ ଚନ୍ଦ୍ର ଦାଶ ଓ ଗବେଷକ ସରୋଜ କୁମାର ସାହୁ ମଧୁବାବୁଙ୍କୁ “ଓଡ଼ିଆ ଅସ୍ମିତା “ର ପରିଚୟ ବୋଲି ମତ ଦେଇଥିଲେ |କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ ମାନେ ହେଲେ ଅଞ୍ଜଳିପ୍ରଭା ଦାଶ, ଡ଼ଃ ପ୍ରଦୀପ୍ତ କୁମାର ବାରିକ, ନିରାକାର ବେଉରା, ଗାୟତ୍ରୀ ହୋତା, ଗାୟତ୍ରୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ, ଶରତ କୁମାର ଚନ୍ଦ୍ର ବେହେରା, ଦିତିକୃଷ୍ଣ ନାୟକ,ଯୋଗେନ୍ଦ୍ର କୁମାର ରାଉତ, ନିମାଇଁ ଚରଣ ନନ୍ଦ ଓ ନମିତା ଲେଙ୍କା |ଶେଷରେ ରମେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *