ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ; ପରୀକ୍ଷାଫଳ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଥିବା ଜଣାଯାଇଛି। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଦ୍ୟରୁ ୫, ୧୭, ୮୪୭ ପାସ୍‌ କରିଥିବା ବେଳେ ଫେଲ୍ ହୋଇଛନ୍ତି ୮୬୯୯ ଛାତ୍ରଛାତ୍ରୀ ।

ଚଳିତ ବର୍ଷ ୨, ୫୬, ୮୭୭ ଛାତ୍ର ପାସ୍‌ କରିଥିବା ବେଳେ ୨, ୬୦, ୯୭୦ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। A1ରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । A2ରେ ପାସ୍ କରିଛନ୍ତି ୫୪, ୮୮୯ ପିଲା ।

ରାଜ୍ୟର ୩ଟି ସ୍କୁଲରେ କୌଣସି ପିଲା ପାସ୍ କରି ନାହାନ୍ତି। ଅର୍ଥାତ ଶୂନ ରେଜଲ୍ଟ ହୋଇଛି। ସେଥିମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲ ଥିବା କହିଛନ୍ତି ମନ୍ତ୍ରୀ। ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିବା ବେଳେ ଅନୁଗୁଳର ଉକ୍ତ ସ୍କୁଲରେ ମଧ୍ୟ ୨ଜଣ ପିଲା ପଢୁଥିଲେ ବୋଲି କହିଛନ୍ତି ମନ୍ତ୍ରୀ।

ଆଜି ଦିନ ଦୁଇଟା ପରେ ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ । ପରୀକ୍ଷାର୍ଥୀମାନେ WWW.BSEODISHA.AC.IN ଓ ORISSARESULTS.NIC.IN ୱେବସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ପରିକ୍ଷାର୍ଥୀମାନେ OR (10) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ୍ କଲେ ନିଜ ରେଜଲ୍ଟ ପାଇପାରିବେ ।

ଚଳିତ ବର୍ଷ ଏପ୍ରିଲ୍ ୨୮ରୁ ମେ ୭ ଯାଏଁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ଖାତା ଦେଖା ହୋଇଛି। ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍ମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।

୨୦୨୧ରେଜଲ୍ଟ ହାର ଥିଲା ୯୭. ୮୯% । ଗତବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଥିଲେ। ଗତବର୍ଷ ୫ ଲକ୍ଷ ୭୪ ହଜାର ୧୨୫ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପିଲା ପାସ୍ କରିଥିଲେ ।

A1ରେ ୨, ୬୫୬, A2ରେ ୨୨ ହଜାର ୧୩୧ ପିଲା ଥିଲେ । B1ରେ ୫୨ ହଜାର ୨୯୯, B2ରେ ୯୪ ହଜାର ୪୭୫ ଜଣ ଥିଲେ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ଥିଲା । ୨ ଲକ୍ଷ ୮୧ ହଜାର ୬୫୮ ଜଣ ଝିଅ ପାସ୍ ହୋଇଥିଲେ । ୨ ଲକ୍ଷ ୮୦ ହଜାର ୩୫୨ ଜଣ ପୁଅ ପାସ୍ ହୋଇଥିଲେ । ୭,୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ ।

ଗତବର୍ଷ ଶତ ପ୍ରତିଶତ ରେଜଲ୍ଟ କରିଥିଲେ ୫, ୯୪୫ ସ୍କୁଲ । ଏକ୍ସ ରେଗୁଲାର ପାସ୍ ହାର ୮୮.୩୩ % ଥିଲା । ୨୦୨୦ରେ ପାସ୍ ହାର ଥିଲା ୭୮.୭୬%। ୨୦୧୯ରେ ମାଟ୍ରିକ ପାସ୍ ହାର ଥିଲା ୭୦.୭୮% । ୨୦୮ରେ ମାଟ୍ରିକ ପାସ୍ ହାର ଥିଲା ୭୭.୨୩% ।

Leave a Reply

Your email address will not be published. Required fields are marked *