କେନ୍ଦ୍ରାପଡ଼ାରେ ମେଗା ଇସ୍ପାତ କାରଖାନା ପ୍ରକଳ୍ପକୁ ମଞ୍ଜୁରୀ ; ଆର୍ସେଲର ମିତ୍ତଲ ନିବେଶ କରିବ ଏକ ଲକ୍ଷ କୋଟି ଟଙ୍କା

ମେଗା ଇସ୍ପାତ ଶିଳ୍ପ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCAର ଅନୁମୋଦନ । ମହାକାଳପଡ଼ାରେ ପ୍ରତିଷ୍ଠା ହେବ ମେଗା ଇସ୍ପାତ କାରଖାନା, କାରଖାନା ପାଇଁ ଆର୍ସେଲର ମିତ୍ତଲ ନିବେଶ କରିବ ଏକ ଲକ୍ଷ କୋଟି ଟଙ୍କା

ମେଗା ଷ୍ଟିଲ ପ୍ରକଳ୍ପର ବାର୍ଷିକ କ୍ଷମତା ରହିବ ୨୪ ମିଲିୟନ ଟନ । ପ୍ରକଳ୍ପରେ ସିଧାସଳଖ ନିଯୁକ୍ତି ପାଇବେ ୧୬ ହଜାର ଲୋକ, ଶିଳ୍ପାୟନ କ୍ଷେତ୍ରରେ ଏହା ହେବ ଓଡ଼ିଶାରେ ସବୁଠୁ ବଡ଼ ପୁଞ୍ଜି ନିବେଶ ।

ଏହି ପ୍ଲାଣ୍ଟରେ ବାର୍ଷିକ ୧୮.୭୫ ମେଟ୍ରିକ ଟନ ସିମେଣ୍ଟ ଉତ୍ପାଦନ ହେବ, ୭ ବର୍ଷରେ ସରିବ ପ୍ରକଳ୍ପ କାମ । ଏହା ସହ ବୃହତ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ ମିତ୍ତଲ । ବର୍ଷକ ମଧ୍ୟରେ ଓଡ଼ିଶା ୨.୭ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଛି ।

Leave a Reply

Your email address will not be published. Required fields are marked *