ଚୀନ ସୀମାରୁ ଠାବ ହେଲେ ନିଖୋଜ ଭାରତୀୟ ନାବାଳକ

ନୂଆଦିଲ୍ଲୀ: ନିଖୋଜ ଭାରତୀୟ ନାବାଳକଙ୍କୁ ଚୀନ ସୀମାରୁ ଠାବ କରାଯାଇଛି । ଏନେଇ ଭାରତୀୟ ସେନାକୁ ସୂଚନା ଦେଇଛି ଚୀନ ସେନା । ସୂଚନା ମିଳିବା ପରେ ଭାରତୀୟ ସେନା ନାବାଳକଙ୍କୁ ଫେରାଇ ଆଣିବାକୁ ସମସ୍ତ ପ୍ରସ୍ତୁତି କରିଛି । ଆଉ ନାବାଳକଙ୍କୁ ସୁରକ୍ଷୀତ ଭାବେ ଫେରାଇବାକୁ ଚୀନ ସେନାକୁ କହିଛନ୍ତି ଭାରତୀୟ ସେନା । ଭାରତକୁ ନାବାଳକଙ୍କୁ ଫେରାଇଆଣିବାକୁ କିଛି ଦିନ ସମୟ ଲାଗିପାରେ । ତେବେ ନାବାଳକ ଜଣକ କିପରି ଚୀନ ସୀମାକୁ ଗଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଗତ ଜାନୁଆରୀ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ୧୭ ବର୍ଷିୟ ମିରମ୍ ତାରନ୍ ନିଖୋଜ ହୋଇଯାଇଥିଲେ । ନାବାଳକଙ୍କ ନିଖୋଜକୁ ନେଇ ଅରୁଣାଞ୍ଚଳ ପ୍ରଦେଶର ଲୋକସଭା ସାଂସଦ ଅଭିଯୋଗ ଆଣିଥିଲେ । ସାଂସଦ କହିଥିଲେ କି, ନାବାଳକଙ୍କୁୁ ଅପହରଣ କରାଯାଇଛି । ଆଉ ଏନେଇ ସାଂସଦ ଟ୍ୱିଟ୍‍ କରିବା ସହ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଭାରତୀୟ ସୋନାକୁ ଟ୍ୟାଗ୍‍ କରିଥିଲେ ।

Leave a Reply

Your email address will not be published. Required fields are marked *