ମାସିକ ପତ୍ରିକା ‘ନିସର୍ତ୍ତ’ ଲୋକାର୍ପିତ

ଭୁବନେଶ୍ୱର, ୬/୩: ବର୍ତମାନ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସାମଜରେ ଗଣମାଧ୍ୟର ବଡ଼ ଭୂମିକା ରହିଛି । ଯାହାକି, ନିରେପେକ୍ଷ ସ୍ୱଚ୍ଛତା, ସ୍ପଷ୍ଟବାଦୀ ସହ ନିସର୍ତ୍ତ ଭାବେ କାର୍ଯ୍ୟ କରିବା ଏକ ଆହ୍ୱାନ । ତଥାପି ସାମ୍ବାଦିକତା ହିଁ ସଦାବେଳ ପାଇଁ କାଳଜୟୀ କୀର୍ତି ସୃଷ୍ଟି କରିବ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ପୋଷଣ କରିଛନ୍ତି । ରାଜଧାନୀର ଉତ୍କଳ ସାମ୍ବାଦିକ ଭବନଠାରେ ମାସିକ ପତ୍ରିକା ନିସର୍ତ୍ତର ଲୋକାର୍ପଣ ଉତ୍ସବରେ ଏହି ମତ ପ୍ରକାଶ ପାଇଥିଲା । ନିସର୍ତ୍ତର ପରିଚାଳଣା ନିର୍ଦ୍ଦେଶକ ସୁଷମା ବାରିକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ମୁଖ୍ୟ ଅତିଥି ଭାବେ ଦେବେନ୍ଦ୍ର ପୃଷ୍ଟି, ମୁଖ୍ୟ ବକ୍ତା ଭାବେ ସାହିତ୍ୟକ, ସ୍ତମ୍ଭକାର ତଥା ନିସର୍ତ୍ତର ସହ ସମ୍ପାଦକ ଡ଼ା ସାଗର ରଞ୍ଜନ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ପ୍ରତ୍ୟୁଷ ପଟ୍ଟନାୟକ, ଓଡ଼ିଶା ଖଦି ବୋର୍ଡର ସଦସ୍ୟ ପୃଥ୍ୱୀରାଜ ସାହୁ, ହିନ୍ଦ୍ ମଜଦୁର ସଂଘର ସମ୍ପାଦକ ସଞ୍ଜିବ ମହାନ୍ତି, ନିସର୍ତ୍ତର ପ୍ରତିଷ୍ଠାତା ହେମାଙ୍ଗ ପ୍ରସାଦ ରାଉଳ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *