ଶ୍ରେଷ୍ଠ ମା ସମ୍ମାନରେ ସମ୍ମାନିତ ହେଲେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ

ଭୁବନେଶ୍ୱର : ସାମଜିକ ଅନୁଷ୍ଠାନ ମଦର ପକ୍ଷରୁ ଆନ୍ତର୍ଜାତିକ ମାତୃ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଜୟଦେଵ ଭବନ ଠାରେ ଆୟୋଜିତ ସମାରୋହରେ ଅନୁଷ୍ଠାନର ୨୨ତମ ବାର୍ଷିକ ଉତ୍ସବ ପାଳନ ସହ ମଦର ସମ୍ମାନ ୨୦୨୬ ମଧ୍ଯ ପ୍ରଦାନ କରଯାଇଥିଲା ।

ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକୁ ଉଦଘାଟନ କରିଥିଲେ ।

ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ସମ୍ମାନୀୟା ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଲେଖିକା ତଥା ଗବେଷିକା ମନୋରମା ବିଶ୍ୱାଳ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ବିଶିଷ୍ଟ ସମାଜ ବିଜ୍ଞାନୀ ଶରତ ଚନ୍ଦ୍ର ଭଦ୍ର ଏବଂ ମଦର ଅନୁଷ୍ଠାନର ଚେୟାରମ୍ୟାନ୍ ଅବସରପ୍ରାପ୍ତ ପ୍ରମୁଖ ଆୟକର ଅଧିକାରୀ ତଥା ଜଣାଶୁଣା କବି ଶରତ କୁମାର ଦାଶ ମହୋଦୟ ଉପସ୍ଥିତ ଥିଲେ ।

ପ୍ରସିଦ୍ଧ ଓଡିଶୀ ସଙ୍ଗୀତ ବିଶାରଦ ତଥା ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ଚଳିତ ବର୍ଷର ମର୍ଯ୍ୟଦାଜନକ ଶ୍ରେଷ୍ଠ ମା ସମ୍ମାନ ରେ ସମ୍ମାନିତ କରଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁଲେଖିକା କାନନବାଳା ପଟ୍ଟନାୟକ, ଚିକିତ୍ସାବିଜ୍ଞାନ ଓ ସେବା ପାଇଁ ପ୍ରସିଦ୍ଧ ଟଙ୍କିକିଆ କ୍ଲିନିକ୍ ର ପ୍ରତିଷ୍ଠାତା ଡ ଶଙ୍କର ରାମଚନ୍ଦାନୀ, ସାମ୍ବାଦିକତା କ୍ଷେତ୍ରରେ ନିର୍ଭୀକତା ଓ ସ୍ପଷ୍ଟବାଦୀ ଭାବେ ଜଣାଶୁଣା ସାମ୍ବାଦିକା ସ୍ୱାତୀ ଜେନା, ସାମଜିକ କର୍ମୀ ଅଭିରାମ ମଲିକ୍, ବିଶିଷ୍ଟ ଶିକ୍ଷାବିତ୍ ଡ ବ୍ରଜବନ୍ଧୁ ନନ୍ଦ ଏବଂ ରୁନାଲିସା ବେହେରା ଓ ଯୁବ ପ୍ରତିଭା ତମନ୍ନା ଭୋଇଙ୍କୁ ମଦର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଅତିଥି ମାନଙ୍କ ଦ୍ବାରା ଅନୁଷ୍ଠାନର ମାସିକ ମୁଖପତ୍ର ମଦର ୱିସଡମ୍ ନିଉଜ ଲେଟର ଉନ୍ମୋଚିତ କରଯାଇଥିଲା ।

ଶିଶୁ ପ୍ରତିଭା ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ଏବଂ ଓଡ଼ିଆଣୀ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ଅନ୍ୟତମ ସମ୍ମାନୀତ ଅତିଥି ଡ ରଜନୀ ରଞ୍ଜନଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନ ପକ୍ଷରୁ ଓମ୍ ପ୍ରସାଦ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ।

କୁନି କଳାକାର ଫିଓନା ସଂଗୀତ ପରିବେଷଣ କରିଥିବା ବେଳେ ମଦର ଅନୁଷ୍ଠାନର କର୍ମକର୍ତ୍ତା ଦିପ୍ତିଶ୍ରୀ ନାୟକ, ଜିଜ୍ଞାସା ମଣ୍ଡଳ, ନବକାନ୍ତି ମାଝୀ, ପ୍ରଶାନ୍ତ ରାଉତରାୟ, ବିଥିକା ମହାନ୍ତି, ପ୍ରଭୁଦତ୍ତ, ରାଜେଶ, ମଣ୍ଠୁ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *