ବ୍ଲାକମେଲ୍‌ର ଅର୍ଚ୍ଚନାଙ୍କ ଉପରେ ତିଆରି ହେଉଛି ଫିଲ୍ମ ‘ମାୟାବିନୀ’

ଭୁବନେଶ୍ୱର : ବୁଢ଼ିଆଣୀ ପରି ଜାଲ ବିଛାଉଥିଲା ଅର୍ଚ୍ଚନା। ଆଉ ଶିକାର କରୁଥିଲା କେଡେକେଡେ ଲୋକଙ୍କୁ। ବିଲ୍‌ଡର, ଫିଲ୍ମ ନିର୍ଦ୍ଦେଶକ, ବ୍ୟବସାୟୀ ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ମାୟାଜାଲରେ ଫସାଉଥିଲା ଅର୍ଚ୍ଚନା। ଏବେ ସେ ଗିରଫ ହେବା ପରେ ଘଟଣା ଉପରୁ ପର୍ଦ୍ଦା ହଟୁଛି। ଆଉ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାଜଧାନୀର ବ୍ଲାକମେଲ୍‌ର ଅର୍ଚ୍ଚନା ନାଗ। ସେ ଏବେ ଘରେ ଘରେ ପରିଚିତ। ଅର୍ଚ୍ଚନାଙ୍କ ରଙ୍ଗୀଲା ଲାଇଫ୍‌ଷ୍ଟାଇଲକୁ ନେଇ ତିଆରି ହେଉଛି ‘ମାୟାବିନୀ’। ଏଥିରେ ଲଭ୍‌, ସେକ୍ସ ଓ କ୍ଲାଇମ୍ୟାକ୍ସ ରହିଛି ବୋଲି ଫିଲ୍ମ ପ୍ରଯୋଜକ କହିଛନ୍ତି।

ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ଚିତ୍ରନାଟ୍ୟ ତିଆରି କରୁଛନ୍ତି ଫିଲ୍ମ ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା। ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କ ଜୀବନୀ ଓ କାର୍ଯ୍ୟଶୈଳୀକୁ ନେଇ ତିଆରି କରୁଛନ୍ତି ଓଡ଼ିଆ ଫିଲ୍ମ ‘ମାୟାବିନୀ’। ଫିଲ୍ମର ସଂଳାପ ଲେଖାଚାଲିଛି। ଖୁବ୍‌ଶୀଘ୍ର ଶୁଟିଂ ଆରମ୍ଭ ହେବ। ଗୋଟିଏ ଫିଲ୍ମରେ ଯାହା ସବୁ ରହିବା କଥା ଏଥିରେ ରହିଛି। ଫିଲ୍ମ ରିଲିଜ୍‌ ହେଲେ, ରାଜ୍ୟର ସବୁ ମହିଳା ତାଙ୍କ ସ୍ୱାମୀଙ୍କୁ ଜବରଦସ୍ତି ଧରି ଫିଲ୍ମ ଦେଖାଉଇବାକୁ ନେବେ ବୋଲି ଶ୍ରୀ ମାର୍ଥା କହିଛନ୍ତି।

ସୂଚନାରୁ ପ୍ରକାଶ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରେ ସିଦ୍ଧାର୍ଥ ମାର୍ଥା ଫିଲ୍ମ ତିଆରି କରିଥିଲେ। ଏଥିରେ ବଲିଉଡ୍‌ ଷ୍ଟାର ଅତୁଲ କଲ୍‌କର୍ଣ୍ଣି ଅଭିନୟ କରିଛନ୍ତି। ହେଲେ ରିଲିଜ୍‌ ପୂର୍ବରୁ ବିବାଦରେ ଫସି ଯାଇଥିଲା ଫିଲ୍ମ। ଯେଉଁଥିପାଇଁ ରିଲିଜ ହୋଇପାରିନଥିଲା। କିଛି ବିବାଦୀୟ ସିନ୍‌ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏବେ ସେହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମର ନାଁ ରହିଛି ‘ମାଇଣ୍ଡ ଗେମ୍‌’।

Leave a Reply

Your email address will not be published. Required fields are marked *