ଆସନ୍ତା ୨୭ ରେ ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ

ଭୁବନେଶ୍ୱର : ଷ୍ଟେଟ ପ୍ରୋଗ୍ରେସିଭି ୱିମେନ୍ସ ଫୋରମ ତରଫରୁ ଆସନ୍ତା ଜାନୁୟାରୀ ୨୭ ତାରିଖରେ ଜୟଦେବ ଭବନଠାରେ ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଏତଦ୍ ସହିତ ୨୭ ତାରିଖ ସନ୍ଧ୍ୟା ୫ ଘଟିକାରେ ଜୟଦେବ ଭବନ ପ୍ରାଙ୍ଗଣରେ ୫୦୦ ଦୀପଦାନ କରାଯିବା ସହିତ ୨୮ ତାରିଖରେ ମଧ୍ୟ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ୧୦୦୦ ମହିଳାଙ୍କ ହାତରେ ମାଘ ସପ୍ତମୀ ଉପଲକ୍ଷେ ଦୀପଦାନ ଉତ୍ସବ ପାଳନ କରାଯିବ । ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ, ଦେଶ ତଥା ବିଦେଶରୁ ବହୁ ମହିଳା ପ୍ରତିନିଧୂମାନେ ଯୋଗଦାନ କରିବେ ବୋଲି ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫୋରମ ଅଧ୍ୟକ୍ଷା ମମତା ସାମନ୍ତରାୟ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *