ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ରହିବ ମଦ ଦୋକାନ ; ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ ହେବ

ଭୁବନେଶ୍ୱର: ଅବକାରୀ ବିଭାଗର ପକ୍ଷରୁ ବଡ଼ ପଦକ୍ଷେପ। ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯିବ। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛଇ । ଏହି ସ୍କ୍ୱାଡ୍‌ ବିଭିନ୍ନ ଦିଗରୁ ମଦ କାରବାର ବନ୍ଦ ରଖିବାକୁ ପଦକ୍ଷେପ ଦେବ । ଏମିତିକି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ହେବ ବୋଲି କହିଛନ୍ତି ଅବକାରୀ ବିଭାଗ କମିଶନର । ସେ ଆହୁରି ମଧ୍ୟ କହିଛନ୍ତି, ନିଶା କାରବାର ରୋକିବାକୁ ବର୍ଡର ଚେକ୍ ପୋଷ୍ଟ କରାଯିବ । ଏମିତିକି ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ସାଧାରଣ ଲୋକ ଅଭିଯୋଗ କରିପାରିବେ । ନିର୍ବାଚନର ବେଳେ ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ହେବା ନିଷ୍ପତି ହୋଇଛି ।

Leave a Reply

Your email address will not be published. Required fields are marked *