ମହୁପଦର ଅଞ୍ଚଳ କେରିମିଟି ଗାଁରେ , ଘରୁ ଡାକି ନେଇ ପ୍ରଜାକୋର୍ଟରେ ନିର୍ମମ ଭାବେ ପିଟି ଜଣକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ଘରୁ ଡାକି ନେଇ ପ୍ରଜକୋର୍ଟରେ ନିର୍ମମ ଭାବେ ପିଟି ଜଣକୁ ହତ୍ୟା କଲେ ନକ୍ସଲ । ରାଗ ଏତିକିରେ ଶାନ୍ତ ହେଲାନି । ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ଯୁବକଙ୍କୁ ହତ୍ୟା ପରେ ଜାଳି ବି ଦେଲେ। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରିମିଟି ଗାଁରେ ଘଟିଛି । ମୃତକଜଣକ ହେଉଛନ୍ତି ଆନନ୍ଦ।

ସୂଚନା ଅନୁଯାୟୀ, ନକ୍ସଲମାନେ ଗତ ଗୁରୁବାର ଆନନ୍ଦଙ୍କୁ ଦଳିଗାଁସ୍ଥିତ ତାଙ୍କ ଘରୁ ଡାକି ନେଇଥିଲେ। ଏହାପରେ ଶୁକ୍ରବାର ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଶନିବାର ପ୍ରଜାକୋର୍ଟ କରି ମୃତ୍ୟୁଦଣ୍ଡ ଦେଇଥିଲେ। ଏପରିକି ହତ୍ୟା କରିବା ପରେ ବି ଉତ୍ତ୍ୟକ୍ତ ନକ୍ସଲ ମୃତଦେହକୁ ପରିବାରକୁ ହସ୍ତାନ୍ତର ନ କରି ସର୍ବସମ୍ମୁଖରେ ଜାଳି ଦେଇଥିଲେ। ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଅନୁଧ୍ୟାନ କରୁଛି।

Leave a Reply

Your email address will not be published. Required fields are marked *