ନାମାଙ୍କନ ପତ୍ର ଦାଖଲ କଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସଂସଦ ଭବନରେ ଏନଡିର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ଦ୍ରୌପଦୀ ଓଡ଼ିଶା ଭବନରୁ ବାହାରି ସଂସଦ ଭବନରେ ପହଞ୍ଚିବା ପରେ ନିଜର ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଭରିଛନ୍ତି । ଦ୍ରୌପଦୀ ପ୍ରାର୍ଥିପତ୍ର ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଏନଡିଏର ବଡ଼ ବଡ଼ ନେତା ଉପସ୍ଥିତ ରହିଥିଲେ । ତାହା ଛଡ଼ା କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଭରିବା ସମୟରେ ସାମିଲଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାରୁ ଦ୍ରୌପଦୀଙ୍କ ପାଇଁ ୧୦ ବି​‌ଜେପି ବିଧାୟକ ଏଥିରେ ସାମିଲ ହୋଇଥିବା ବେଳେ ବିଜେଡିର ୨ଜଣ ମନ୍ତ୍ରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛନ୍ତି ।

ବିଜେଡିରୁ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସାରକା ଦ୍ରୌପଦୀଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଦୁଇଜଣ ସାଂସଦ ଏଥିରେ ସାମିଲ ହୋଇଥିଲେ । ଦ୍ରୌପଦୀ ଓଡ଼ିଶାରେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଝାରଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *