ଆସ୍ଥାଭୋଟରେ ଜିତିଲେ ନୀତୀଶ କୁମାର, ସପକ୍ଷରେ ୧୨୯ଟି ଭୋଟ, ବିରୋଧୀଙ୍କ କକ୍ଷତ୍ୟାଗ

ଆସ୍ଥା ଭୋଟ୍‌ରେ ଜିତିଲେ ନୀତୀଶ କୁମାର, ନୀତୀଶଙ୍କ ସପକ୍ଷରେ ପଡ଼ିଲା ୧୨୯ ଭୋଟ | ନୀତୀଶଙ୍କ ବିପକ୍ଷରେ ପଡ଼ିଲାନି ଗୋଟିଏ ବି ଭୋଟ | ଜିତିବା ପାଇଁ ଦରକାର ଥିଲା ୧୨୨ ଭୋଟ |

ପୁଣି ଆସ୍ଥା ଜିତିଲେ ନୀତୀଶ କୁମାର। ନୀତୀଶଙ୍କ ସପକ୍ଷରେ ୧୨୯ ଭୋଟ ପଡ଼ିଛି । ସରକାର ଗଠନ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ଥିଲା । ଆରଜେଡିର ୫ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା ମିଳିଛି । ଆରଜେଡି, କଂଗ୍ରେସ ଓ ବାମ ଦଳର ବିଧାୟକ ମାନେ ଗୃହରୁ କକ୍ଷତ୍ୟାଗ କରିଥିଲେ । ଭୋଟିଂ ପୂର୍ବରୁ ହୋଇଥିଲା ବିତର୍କ । ବିହାର ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ।

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ଆଣିଥିଲା ଏନଡିଏ । ତେବେ ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଇଥିଲେ ବାଚସ୍ପତି ଅୱଧ ବିହାରୀ ଚୌଧୁରୀ । ତାଙ୍କ ସ୍ଥାନରେ ଉପ ବାଚସ୍ପତି ଗୃହ ପରିଚାଳନା କରିଥିଲେ । ଆରମ୍ଭରୁ ଅଭାବନୀୟ ପରିସ୍ଥିତିର ସାମନା କରିଥିଲେ ଆରଜେଡି ନେତା ତେଜସ୍ବୀ ଯାଦବ । କାରଣ ଆରଜେଡିର ୩ ଜଣ ବିଧାୟକ ଯାଇ ଏନଡିଏ ପକ୍ଷରେ ବସିଥିଲେ । ଏହାତୁ ତୀବ୍ର ବିରୋଧ କରିଥିଲେ ତେଜସ୍ବୀ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର ମ୍ୟାଜିକ ନମ୍ବର ୧୨୨ । ଜେଡିୟୁ-ବିଜେପିର ଏନଡିଏ ବିଧାୟକ ମିଶି ୧୨୮ ବିଧାୟକ ଥିବା ବେଳେ ଆରଜେଡି-କଂଗ୍ରେସ ଓ ବାମ ଦଳର ମହାଗଠବନ୍ଧନ ପାଖରେ ଥିଲେ ୧୧୪ ବିଧାୟକ ।

Leave a Reply

Your email address will not be published. Required fields are marked *