ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର ; ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭ

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ମିଳିବ ନୋବେଲ୍। 2023 ବର୍ଷ ପାଇଁ ଏହି ତିନି ରସାୟର ବିଜ୍ଞାନୀ ପାଇବେ ବିଶ୍ୱର ଶ୍ରେଷ୍ଠତମ ନୋବେଲ ସମ୍ମାନ।

ଏହି ତିନି ବୈଜ୍ଞାନିକଙ୍କୁ ନୋବେଲରେ ସମ୍ମାନିତ କରିବା ନେଇ ରୋୟାଲ ସ୍ୱେଡିଶ ଏକାଡେମି ନିଷ୍ପତ୍ତି ନେଇଛି। କ୍ୱାଣ୍ଟମ ଡଟ୍ସର ଉଦ୍ଧାବନ ଏବଂ ବିଶ୍ଲେଷଣ ପାଇଁ ଏହି ତିନି ବିଶିଷ୍ଟ ବିଜ୍ଞାନୀ ପାଇବେ ନୋବେଲ୍। କ୍ୱାଣ୍ଟମ ଡଟ୍ସ, ନାନୋ-ପାର୍ଟିକଲ୍ସର ଖୁବ୍ କ୍ଷୁତ୍ର ଏବଂ ଏଗୁଡିକର ଆକାର ସେମାନଙ୍କର ଗୁଣ ନିର୍ଣ୍ଣୟ କରେ। ନାନୋଟେକ୍ନୋଲୋଜିର ବ୍ୟବହାରରେ ଏହି କ୍ଷୁଦ୍ର ଉପାଦାନଗୁଡ଼ିକ ଖୁବ୍ ସହାୟକ ହେବ ବୋଲି ନୋବେଲ୍ ଘୋଷଣାକାରୀ ଟିମ୍ କହିଛନ୍ତି।

ସେମାନେ ଆହୁରି କହିଛନ୍ତି, କ୍ୱାଣ୍ଚମ ଡଟ୍ସର ଏହି କ୍ଷୁତ୍ର ଉପାଦାନ ଟେଲିଭିଜନ୍ ଏବଂ ଏଲଇଡି ଲ୍ୟାମ୍ପ ଭଳି ନାନୋଟେକ୍ନୋଲୋଜିରେ ଆଲୋକ ନିର୍ଗତ କରିପାରିବେ ଏବଂ ଟ୍ୟୁମର ଟିସୁ ଅପସାରଣ କରିବା ସମୟରେ ସର୍ଜନମାନଙ୍କୁ ମଧ୍ୟ ମାର୍ଗଦର୍ଶନ ଦେଇପାରିବ।

ଗତକାଲି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ତିନି ଜଣ ପଦାର୍ଥ ବିଜ୍ଞାନୀଙ୍କୁ ନୋବେଲ୍ ମିଳିବ। ଅକ୍ଟୋବର 10ରେ ନୋବେଲ୍ ପୁରସ୍କାରର ଉଦ୍ଧାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Leave a Reply

Your email address will not be published. Required fields are marked *