୩୦ ତାରିଖ ଭିତରେ ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ ଦେଲା ଓଡ଼ିଶା ଡ୍ରାଇଭର ମହାସଂଘ

ଭୁବନେଶ୍ୱର : ଓଡ଼ିଶା ଡ୍ରାଇଭର ମହାସଂଘର ସମସ୍ତ ଦାବି ପୂରଣ ପାଇଁ ସରକାରଙ୍କୁ ଆସନ୍ତା ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛି ସଙ୍ଘ । ବାରମ୍ବାର କଲ୍ୟାଣ ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ବି ସରକାର ଦିନ ପରେ ଦିନ ଗଡାଇ ଚାଲିଛନ୍ତି। ତେଣୁ ଏଥର ଚରମ ପଦକ୍ଷେପ ନେବାକୁ ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି। ଦରକାର ପଡ଼ିଲେ ବିରୋଧୀଙ୍କ ସହ ମିଶିଯିବୁ ବୋଲି ଚେତାବନୀରେ କୁହାଯାଇଛି। ଆସନ୍ତା ୩୦ ତାରିଖ ଭିତରେ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ବୋର୍ଡ଼ ଗଠନ ନହେଲେ ମହାସଂଘ ଯେଉଁ ପଦକ୍ଷେପ ନେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆଜି ପ୍ରେସମିଟ୍ କରି ସଂଘ ଚେତାବନୀ ଦେଇଛି।

ସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି କହିଛନ୍ତି, ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିବା ବେଳେ ଲିଖିତ ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ଗୋଟେ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ହେଲେ ଯେଉଁ ବୀମା ପାଇଁ ସରକାର ଘୋଷଣା କରିଥିଲେ, ତାହା ବୋର୍ଡ ନଥିବା କାରଣରୁ କିଛି ବି କାମ ହେଉନାହିଁ । ତେଣୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛି ସଂଘ। ନହେଲେ ଅଗଷ୍ଟ 1 ତାରିଖରୁ ଅଖ ଚକ ବନ୍ଦ କରିବେ ବୋଲି ସୂଚନା ଦିଆଯାଇଅଛି |

Leave a Reply

Your email address will not be published. Required fields are marked *