ନିଜଠୁ ୨୯ ବର୍ଷ ସାନ କନ୍ୟାର ହାତ ଧରିଲେ ୭୬ ବର୍ଷ ବର୍ଷୀୟ ବର

ପାଟପୁର: ଝିଅ ବାହାଘର ପରେ ପତ୍ନୀ ଆରପାରିକୁ ଚାଲିଗଲେ। ଫଳରେ ଏକୁଟିଆ ଓ ବେସାହାରା ‌ହୋଇଯାଇଥିଲେ ୭୬ ବର୍ଷ ବୟସ୍କ ରାମଚନ୍ଦ୍ର ସାହୁ। ପରିଣତ ବୟସରେ ନିଃସଙ୍ଗ ଜୀବନ ବିତାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଥିଲା। ଆଉ ସେପଟେ ୪୭ ବର୍ଷୀୟା ସୁରେଖା ସାହୁ ମଧ୍ୟ ଅବିବାହିତା ଥିବା ବେଳ‌େ ତାଙ୍କ ବାକି ଜୀବନକୁ ନେଇ ବାପା ଚିନ୍ତାରେ ପଡ଼ିଥିଲେ। ଶେଷରେ ରାମଚନ୍ଦ୍ର ଓ ସୁରେଖା ପରସ୍ପରକୁ ଜୀବନସାଥୀ ଭାବେ ବାଛିନେଇ ବିବାହର ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଆଡ଼ପଡ଼ା ଗ୍ରାମର ରାମଚନ୍ଦ୍ର ସାହୁଙ୍କ ଏଭଳି ଦ୍ବିତୀୟ ବିବାହ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ରାମଚନ୍ଦ୍ରଙ୍କ ଦୁଇଝିଅ ଥିବା ବେଳେ ସେମାନଙ୍କ ବାହାଘର ପରେ ପତିପତ୍ନୀ ଏକାଠି ରହୁଥିଲେ। କିନ୍ତୁ ହଠାତ୍ ପତ୍ନୀଙ୍କ ବିୟୋଗ ପରେ ରାମଚନ୍ଦ୍ର ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ପରିଣତ ବୟସରେ ରୋଷେଇ କରି ଖାଇବା ସହିତ ଦୈନନ୍ଦିନ କାମ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ଏଭଳି ପରିସ୍ଥିତିରେ ୭ ବର୍ଷ ତଳେ ସେ ଭଞ୍ଜନଗର ବ୍ଲକ୍‌ର କୁଲାଡ଼ ଗ୍ରାମର ତ୍ରିନାଥ ସାହୁଙ୍କ ୪୭ବର୍ଷୀୟ ଅବିବାହିତ ଝିଅ ସୁରେଖା ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ବେଳେ ଉଭୟ ପରସ୍ପରର ସାହାରା ସାଜିବାକୁ ମନସ୍ଥ କରିଥିଲେ। ଶେ‌ଷରେ ରାମଚନ୍ଦ୍ର ପ୍ରେମିକା ସୁରେଖାଙ୍କ ହାତ ଧରିଥିଲେ। ମନ୍ଦିରରେ ବିବାହ କରିବା ପରେ କୋର୍ଟରେ ବାହା ହୋଇଥିବା ରାମଚନ୍ଦ୍ର କହିଛନ୍ତି। ଏବେ ଉଭୟେ ସ୍ବାମୀସ୍ତ୍ରୀ ଭାବେ ରହିଆସୁଥିବା ରାମଚନ୍ଦ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *