ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର, ଯକୃତଜନିତ ରୋଗରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର; ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଲିଭର ସିରୋସିସ ରୋଗ ହୋଇଥିବା ଜଣା ପଡିଛି । ପ୍ରଥମେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପିଣ୍ଟୁଙ୍କୁ ଲିଭର ସିରୋସିସ ରୋଗ ହୋଇଥିବା ଡାକ୍ତର କହିଥିଲେ ।

ଏହି ଖବର ପାଇବା ପରେ ଓଲିଉଡ କଳାକାରଙ୍କ ସମେତ ପିଣ୍ଟୁ ନନ୍ଦଙ୍କ ଫ୍ୟାନ୍ ଖୁବ ବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି । ଓଲିଉଡର କଳାକାରମାନେ ନିଜ ସାଥୀଙ୍କ ବିପଦ ସମୟରେ ଛିଡା ହେବା ସହ ଅଭିନେତା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପାଖାପାଖି ୫୦ଲକ୍ଷ ଟଙ୍କା କିପରି ସଂଗ୍ରହ କରାଯିବ ସେନେଇ ଆଲୋଚନା କରୁଛନ୍ତି । ଆସନ୍ତାକାଲି କିଛି କଳାକାର ଏକତ୍ର ହୋଇ ଏକ ବୈଠକ କରିବା ପାଇଁ ଯୋଜନା କରିଛନ୍ତି । ସବୁ କଳାକାରଙ୍କ ସମେତ ଓଡ଼ିଶାର ଜନସାଧାରଣ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ଓଲିଉଡ କଳାକାର ମତ ଦେଇଛନ୍ତି । ଏଥିସହ କିଛି କଳାକାର କହିଛନ୍ତି ଆପଣ ଭଗବାନଙ୍କ ନିକଟରେ ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା ଏବଂ ସକ୍ଷମ ଅନୁସାରେ ସାହାଯ୍ୟ କଲେ ଆପଣଙ୍କ ପ୍ରିୟ ଅଭିନେତା ଖୁବଶୀଘ୍ର ସୁସ୍ଥ ହୋଇ ପୁଣି ଆପଣଙ୍କ ପାଇଁ ଅଭିନୟର ଯାତ୍ରା ଆରମ୍ଭ କରିବେ ।

ଅନ୍ୟପଟେ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ଅସୁସ୍ଥ ଅଭିନେତା ପିଣ୍ଟୁ ନନ୍ଦ ନିଜ ଭାଈଙ୍କ ଘରେ ଥିବା ସୂଚନା ମିଳିଛି । ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ ଦିଲ୍ଲୀର ଏକ ବଡ଼ ହସ୍ପିଟାଲରେ ଚିକିତ୍ସା କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଆର୍ଥିକ ସଂକଟ ହିଁ ଚିକିତ୍ସା ପାଇଁ ବାଧା ସୃଷ୍ଟି କରିଛି । ତେବେ ଆପଣ ଯଦି ଆପଣଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ପିଣ୍ଟୁ ନନ୍ଦଙ୍କ ଭାଈ ଅଭିରାମ ନନ୍ଦଙ୍କ Google pay ନମ୍ୱର 9861131854 ରେ କିମ୍ୱା ବ୍ୟାଙ୍କ ଆକାଉଣ୍ଟ ନମ୍ୱରରେ ପଠାଇ ପାରିବେ । ବ୍ୟାଙ୍କ ଆକାଉଣ୍ଟ ନମ୍ୱର ହେଉଛି 0614010065447 (Punjab National Bank) IFSC – PUNB0061420

ସୂଚନାଯୋଗ୍ୟ, ଅଭିନେତା ପିଣ୍ଟୁନନ୍ଦ ପ୍ରଥମେ ଟେଲିଫିଲ୍ମରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ପରେ ଓଲିଉଡରେ ପାଦଦେଇ ରଂଗ ନମ୍ୱର, ପ୍ରେମ ଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁଥା, ରୁମକୁ ଝୁମାନା, କଥା ଦେଲି ମଥା ଛୁଇଁ , ମିତରେ ମିତ, ବାହୁଡିବେ ମୋ ଜଗା ବଳିଆ, ରୁଦ୍ରାଣୀ, ଲଭ ମାଷ୍ଟର, ଜୟ ଜଗନ୍ନାଥ, ଡାହା ବାଳୁଙ୍ଗା ସହ ଆହୁରୀ ଅନେକ ସିନେମାରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିଛନ୍ତି । ବିଶେଷ କରି ଖଳ ନାୟକ ଅଭିନୟରେ ରୂପେଲି ପରଦାରେ ପିଣ୍ଟୁଙ୍କୁ ଖୁବ ପସନ୍ଦ କରିଛନ୍ତି ପ୍ରଶଂସକ ।

Leave a Reply

Your email address will not be published. Required fields are marked *