୫ ମାସ ହେଲା ଦରମା ପାଇନାହାନ୍ତି ପାକିସ୍ତାନୀ ଖେଳାଳି, ପୂର୍ବତନ ଅଧିନାୟକ ରସିଦ ଲତିଫଙ୍କ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ : ବିଶ୍ୱକପ୍ ଭଳି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଦଳ ଏବେ ଭାରତରେ ଅଛି । କିନ୍ତୁ ଚଳିତ ବିଶ୍ବକପରେ ପାକିସ୍ତାନର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ଦଳ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାଠାରୁ ହାରିଯାଇଛି । ଫଳରେ ଦଳର ଦକ୍ଷତା ନେଇ ପାକିସ୍ତାନରେ ପ୍ରଶ୍ନ ଉଠିଛି ।

ଏପରି ସ୍ଥିତିରେ ପାକିସ୍ତାନର ଜଣେ ପୂର୍ବତନ ଅଧିନାୟକ ରସିଦ ଲତିଫ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଦଳର ଖେଳାଳିଙ୍କୁ ଗତ ୫ ମାସ ହେଲା ଦରମା ମିଳିନାହିଁ । ପାକିସ୍ତାନ ପକ୍ଷରୁ ୱିକେଟକିପର ଭାବେ ଖେଳିଥିବା ଲତିଫ୍ ପିଟିଭିକୁ କହିଛନ୍ତି, ପାକିସ୍ତାନୀ ଗଣମାଧ୍ୟମରେ ଅନେକ କଥା ବାର୍ତ୍ତା ହେଉଛି କିନ୍ତୁ ହୁଏତ ଏହା ମିଥ୍ୟା ଖବର। ମୁଁ ଆପଣଙ୍କୁ ସତ ଖବର ଦେବି, ଯାହାକୁ ଗୁପ୍ତ ରଖାଯାଇଛି ।

“ବାବର ଆଜମ ଗତ ଦୁଇ ଦିନ ହେବ ଅଧ୍ୟକ୍ଷଙ୍କୁ ଏ ନେଇ ମେସେଜ ପଠାଉଥିଲେ ବି ତାହାର କୌଣସି ଜବାବ ମିଳୁନାହିଁ । ସେ ସଲମାନ ନାସିର (ପିସିବିର ସିଇଓ)ଙ୍କୁ ଏକ ଟେକ୍ସଟ ମେସେଜ ମଧ୍ୟ ପଠାଇଛନ୍ତି | ସେ ଏହାକୁ ଉସ୍ମାନ ୱାଲ୍ହା (ନିର୍ଦ୍ଦେଶକ, ଅନ୍ତର୍ଜାତୀୟ କ୍ରିକେଟ)ଙ୍କୁ ମଧ୍ୟ ପଠାଉଛନ୍ତି । କିନ୍ତୁ ଜବାବ ମିଳୁନାହିଁ । ଓଲଟି ବୋର୍ଡ ପକ୍ଷରୁ ଖେଳାଳିମାନଙ୍କୁ କୁହାଯାଇଛି ଯେ ସେମାନଙ୍କ ଦ୍ୱାରା ସ୍ୱାକ୍ଷରିତ କେନ୍ଦ୍ରୀୟ ଚୁକ୍ତିଉପରେ ପୁନର୍ବିଚାର କରାଯିବ। ଖେଳାଳିମାନେ ୫ ମାସ ହେଲା ଦରମା ପାଇନାହାନ୍ତି, ତେଣୁ ସେମାନେ କେମିତି ଖେଳିବେ?” ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *