ଗୁଜରାଟରେ ଅଘଟଣ : ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ୧୨ ମୃତ, ୧୮ ଗୁରୁତର

ମୋରବି : ଗୁଜରାଟର ମୋରବି ଜିଲାରେ ବୁଧବାର ଘଟିଛି ଏକ ବଡ଼ ଅଘଟଣ । ହଲବଡର ଜିଆଇଡିସି ସ୍ଥିତ ସାଗର ସଲ୍ଟ ନାମକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ଏଥିସହିତ ୧୫ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, କାନ୍ଥ ଭୁଶୁଡ଼ିବା କାରଣରୁ ପ୍ରାୟ ୩୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ମୃତକ ଓ ଆହତମାନଙ୍କୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ସହରର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

କାନ୍ଥ ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଦିନ ପ୍ରାୟ ୧୨ ସମୟରେ ଘଟିଛି ଏହି ଅଘଟଣ। ଘଟଣା ପରେ ସ୍ଥାନୀୟ ବିଧାୟକ ପରସୋତ୍ତମ ସବରିୟା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କାନ୍ଥ ଭୁଶୁଡ଼ିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *