ନଭେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ଭୁବନେଶ୍ବରରେ ଫଟୋ ଫେୟାର ୨୦୨୩

ଭୁବନେଶ୍ବର : ଆସନ୍ତା ନଭେମ୍ବର ମାସ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ସୋଆ କନ୍‌ଭେନ୍‌ସନ୍ ସେଣ୍ଟର, କଳିଙ୍ଗ ନଗରଠାରେ ଓଡ଼ିଶା ଫଟୋ ଫେୟାର ୨୦୨୩ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମଟିକୁ ଓଡ଼ିଶା ଫଟୋଗ୍ରାଫର୍ ମହାସଂଘ ପକ୍ଷରୁ ଆୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ଫଟୋଗ୍ରାଫି ସମ୍ବନ୍ଧୀୟ ବିଭିନ୍ନ ନାମିଦାମୀ କମ୍ପାନୀର ଷ୍ଟଲ ଲାଗିବା ସହ ପ୍ରଦର୍ଶନୀର ବ୍ୟବସ୍ଥା ହେବ । ଉକ୍ତ ପ୍ରଦର୍ଶନୀରେ ପ୍ରତ୍ୟେକ ଫଟୋଗ୍ରାଫର୍ ନିଜର କ୍ୟାମେରା ଓ ତତ୍ସମ୍ବନ୍ଧୀୟ ବିଭିନ୍ନ ଉପକରଣ ସୁଲଭ ମୂଲ୍ୟରେ ପାଇପାରିବେ । ଏହା ସହିତ କ୍ୟାମେରା ଫ୍ୟାସନ୍ ସୋ ଓ କର୍ମଶାଳା ଆଦି ଅନୁଷ୍ଠିତ ହେବ । ଓଡ଼ିଶାର ୩୬ଟି ସ୍ଥାନୀୟ ଓ ଜିଲ୍ଲା ଫଟୋଗ୍ରାଫର୍ ସଂଘର ମିଳିତ ଉଦ୍ୟମରେ ଓଡ଼ିଶା ଫଟୋଗ୍ରାଫର ମହାସଂଘ ଗଠନ କରାଯାଇଛି । ମହାସଂଘ ତରଫରୁ ଏ ନେଇ ଭୁବନେଶ୍ବରର ୟୁନିଟ-୩ ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଫଟୋଗ୍ରାଫର ମହାସଂଘର ସଭାପତି ଅତୁଲ ସାଂଘଭି, ସମ୍ପାଦକ ଶିଶିର ନାୟକ, କୋଷାଧ୍ୟକ୍ଷ ସୁଶାନ୍ତ ମହାନ୍ତି , ସାଙ୍ଗଠନିକ ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି, ଯୁଗ୍ମ ସାଙ୍ଗଠନିକ ସମ୍ପାଦକ ରୁବି ନନ୍ଦ ଓ ଅବିନାସ ପାତ୍ର, ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ କୁମାର ମହାକୁଳ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ଫଟୋ ଫେୟାର କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଫଟୋଗ୍ରାଫ ମହାସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *