ମିଳନୀର ରଜ ଉତ୍ସବରେ ମନ ମୋହିଲା ଲୋକକଳା “ମୋଗଲ ତାମସା”

ଭୁବନେଶ୍ୱର : ଭୁବନେଶ୍ୱରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ “ମିଳନୀ” ର ରଜ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି l ମିଳନୀର ସଭାପତି ଯୁଗଳ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ଓଡ଼ିଶାର ପ୍ରର୍ଯ୍ୟଟନ, ଭାଷା,ସାହିତ୍ୟ,ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟ ଅତିଥି, ଓଡିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ଓ କୃଷ୍ଣ କେଶବ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ପ୍ରାକ୍ତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ରଜ ଉତ୍ସବର ସାଂସ୍କୃତିକ ଇତିହାସ ସଂର୍ପକରେ ଦୀକ୍ଷାନ୍ତ ଭାଷଣ ଦେବା ସଙ୍ଗେ ସଙ୍ଗେ ଉପକୂଳବର୍ତ୍ତୀ ଅଂଚଳରେ ପାଳିତ ହେଉଥିବା କୃଷି ପର୍ବ ରଜ ର ସାଂସ୍କୃତିକ ମହତ୍ୱ ଉପରେ ଆଲୋକପାତ କରିଥିଲେ ଲ ମୁଖ୍ୟ ବକ୍ତା ଶ୍ରୀ ମଲ୍ଲିକ କହିଥିଲେ ଭଦ୍ରକର ପରିଚୟ ହେଉଛି ଗୋଟିଏ ହାତରେ ଲାଠି ଅନ୍ୟ ହାତରେ ଲେଖନୀ ଯାହାକି ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ କମ୍ଫନ ସୃଷ୍ଟି କରିଥିଲା ବୋଲି ପ୍ରକାଶ କରିଥିଲେ l ବକ୍ତା ଶ୍ରୀ ଷଡ଼ଙ୍ଗୀ ଭଦ୍ରକର କବିଶେଖର ଚିନ୍ତାମଣି ଭଞ୍ଜ ସାହିତ୍ୟକୁ ଶୀର୍ଷରେ ପହଂଚାଇବା ସହ ତାଙ୍କୁ କବିସମ୍ରାଟ ଉପାଧିରେ ଭୂଷିତ କରିଥିଲେ l ଓଡ଼ିଶା ଜାତୀୟ ସଂଗୀତର ସ୍ରଷ୍ଟା କାନ୍ତକବି ଲସମୀକାନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l


ସର୍ବ ପ୍ରଥମେ ଅତିଥିବୃନ୍ଦ ମିଳନୀ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଡ଼ ହରେକୃଷ୍ଣ ମହତାବଙ୍କ ତୈଳଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ ଓ ପଫେସର ଜଗନ୍ନାଥ କୁଆଁର ନିର୍ଦେଶଣାରେ ନାଦିବ୍ରାହ୍ମ ଅନୁଷ୍ଠାନର ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ l ମିଳନୀର ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ l ଶେଷରେ ମିଳନୀର ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଭଦ୍ରକର ସାହିତ୍ୟ, ଲୋକକଳା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମ ଓ ଭାଇଚାରା ବିଶ୍ୱରେ ଅନନ୍ୟ ବୋଲି ପ୍ରକାଶ କରିଥିଲେ ଲ କାର୍ଯ୍ୟକାରୀ ସଭାପତି ଦିଗମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଦିଲ୍ଲୀପ ମହାନ୍ତି, ସାହିତ୍ୟିକ ଡ଼ ରମାକାନ୍ତ ରାଉତ, ଜୟୀ କୃଷ୍ଣ ସାମଲ ଉପସ୍ଥିତ ଥିଲେ l ଶେଷରେ ବିଜୟ ମହାନ୍ତି (କୁଲିପି ଭାଇ) ଙ୍କ ନିର୍ଦେଶନାରେ ଭଦ୍ରକର ଗୌରବ ତଥା ଲୋକନାଟ୍ୟ ଜଗତରେ ଚହଳ ସୃଷ୍ଟି କରିଥିବା ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଓଡ଼ିଆ, ବେଙ୍ଗଲୀ, ହିନ୍ଦୀ, ଫାର୍ଶୀ ଆଦି ଭାଷାରେ ରଚିତ ଅଷ୍ଟାଦଶ ଶତାବ୍ଦୀର ଲୋକକଳା “ମୋଗଲ ତାମସା” ଭଦ୍ରକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମନମୋହନ ସଂଗୀତ ପରିଷଦ ଦ୍ୱାରା ଅଭିନୀତ ହୋଇ ଥିଲା l ଏହି କାର୍ଯ୍ୟକ୍ରମକୁ ପୁରୁଷୋତ୍ତମ ବଳ, ନିରୋଦ ମହାନ୍ତି, ଭାସ୍କର ଜେନା ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *