ରତ୍ନଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡ଼ ସୁକାନ୍ତି ମିଶ୍ର
ନୂଆଦିଲ୍ଲୀ : ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ)ର ପଞ୍ଚମ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ସିଭିଲ ସର୍ଭିସ ଅଫିସର୍ସ ଇନଷ୍ଟିଚ୍ୟୁଟଠାରେ ଆୟୋଜିତ ଉତ୍କଳ ଉତ୍ସବରେ ଦେଶର ଅଗ୍ରଣୀ ସାମାଜିକ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡ଼ ସୁକାନ୍ତି ମିଶ୍ରଙ୍କୁ ସମାଜସେବା ଲାଗି ରତ୍ନଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି | ସାମାଜିକ କାର୍ଯ୍ୟଲାଗି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଡ଼ ମିଶ୍ର ଦୀର୍ଘ ୨୦ ବର୍ଷ ହେଲା ସ୍ୱାମୀ ଡ଼ ବିପିନ ବିହାରୀ ମିଶ୍ରଙ୍କ ସହ ମିଶି ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟକ୍ରମ କରିଆସୁଛନ୍ତି | ଓଡିଶାରୁ ଆରମ୍ଭ କରି ମୁମ୍ବାଇ ଦିଲ୍ଲୀ ଭଳି ଜାଗାରୁ ସାଉଣ୍ଟିଛନ୍ତି ଲୋକଙ୍କ ଭଲ ପାଇବା | ମୁମ୍ବାଇରେ ଥିବା କ୍ୟାନ୍ସର ସେଲଟର ହୋମରେ ପ୍ରତ୍ୟକ ଦିନ ୪୦-୫୦ ଜଣ ରୋଗୀ ତାଙ୍କ ପରିବାର ସହ ରହି ମାଗଣା ଖାଦ୍ୟ ବ୍ୟବସ୍ଥା ସହ ଆମ୍ବୁଲାନ୍ସ ର ମଧ୍ୟ ବ୍ୟବସ୍ଥା କରିଛନ୍ତି | ଟାଟା ମେମୋରିଆଲ ହସ୍ପିଟାଲରେ କର୍କଟ ରୋଗୀ ମାନଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇଦେଉଥିବାରୁ ଡ଼ ମିଶ୍ର ସେଠୁ ମଧ୍ୟ ସମ୍ମାନିତ ହୋଇଛନ୍ତି | ଓଡିଶାର କେନ୍ଦୁଝର ଜିଲ୍ଲାରେ ଗରିବ ଅସହାୟ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରୁଥିବା ସହ ତାଙ୍କୁ ରୋଜଗାର କରି ନିଜ ଗୋଡ଼ରେ ଛିଡ଼ାହୋଇ ପରିବାର ପୋଷିବାକୁ ବାଟ ଦେଖେଇଛନ୍ତି | ସେତିକି ନୁହଁ ଗରିବ ପିଲା ମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନକାରୀ ସାଉଣ୍ଟିଛନ୍ତି ଲୋକଙ୍କ ଭଲ ପାଇବା | ସାରା ଭାରତ ରେ ୧୦ ଲକ୍ଷ ଗଛ ଲଗାଇବାର ଶପଥ ନେଇ ଏବେ ଯାଏଁ ୪ ଲକ୍ଷ ରୁ ଉର୍ଦ୍ଧ ଗଛ ଲଗାଇ ତାର ରକ୍ଷଣା ବେକ୍ଷଣା କରି ଓଡିଶା ସରକାରଙ୍କ ଠାରୁ ପ୍ରକୃତି ମିତ୍ର ଏବଂ ପ୍ରକୃତି ବନ୍ଧୁ ସାମ୍ମନର ହକଦାର ହୋଇପାରିଛନ୍ତି | ପ୍ରତିଷ୍ଠା ପର୍ବରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦ୍ର ଗୁପ୍ତା, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ରାଷ୍ଟ୍ରୀୟ ପତ୍ରକାର ମହାସଙ୍ଘର ଜାତୀୟ ସଭାପତି ଡଃ. ପବିତ୍ର ମୋହନ ସାମନ୍ତରାୟ, ଯୋଗ ଦେଇଥିଲେ | ୱାଓସୋର ଭାରତ ଅଧ୍ୟାୟର ସଭାପତି ଡଃ. ବିପିନ ବିହାରୀ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ ।