ରାଜ୍ୟ ସାମାଜିକ ସମୀକ୍ଷା କର୍ମଚାରୀ ମହାସଂଘର ପୁନଃ ଗଠନ : ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯିବ

ଭୁବନେଶ୍ୱର : ସ୍ଥାନୀୟ ୟୁନିଟ ୫ସ୍ଥିତ କର୍ମଚାରୀ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଂଚାୟତରେ କାର୍ଯ୍ୟରତ ସାମାଜିକ ସମୀକ୍ଷକଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଗଠିତ ହୋଇଥିବା ଓଡିଶା ସାମାଜିକ ସମୀକ୍ଷା କର୍ମଚାରୀ ମହାସଂଘର ପୁନଃ ଗଠନ କରାଯାଇଛି । ଏହି ସଂଗଠନର ସୁପରିଚାଳନା ପାଇଁ ସଭାପତି ଭାବେ ସୁଧାଂଶୁ କୁମାର ନାୟକ, ସମ୍ପାଦକ ଭାବେ ରମେଶ ଚନ୍ଦ୍ର ବହିରା, ଉପ ସଭାପତି ଭାବେ ରଞ୍ଜନ କୁମାର ମଲ୍ଲିକ ଯୁଗ୍ମ ସମ୍ପାଦକ ରଶ୍ମି ନାୟକ, କୋଷାଧ୍ୟକ୍ଷ ଶଙ୍କର ମିଶ୍ର, ରାଜ୍ୟ ସଂଯୋଜକ ଭାବେ ସୁବ୍ରତ ରଞ୍ଜନ ସାମଲ, ସୁଶାନ୍ତ କୁମାର ଦଳାଇ, ହରିହର ପ୍ରଧାନଙ୍କୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇ ଥିଲା । ତତ୍ପରେ ଏକ ୦୬ ଜଣିଆ କର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା । ସେମାନେ ହେଲେ ସଞ୍ଜୟ କୁମାର ଦିଘଲ, ଯୋଗେଶ୍ବର ଦାଶ, ଦେବଦତ୍ତ ଜେନା, ଜୟକୃଷ୍ଣ ତାଣ୍ଡି, ଜୀବନ କୁମାର ଗିରି ଓ ବି କ୍ଷୀରୋଦ କୁମାର । ଏହି ସଙ୍ଗଠନ ମାଧ୍ୟମରେ ସାମାଜିକ ସମୀକ୍ଷକମାନଙ୍କର ସର୍ବବିଧ ଉନ୍ନତି ତଥା ସମସ୍ୟାର ସମାଧାନ କରାଯିବାକୁ ସ୍ଥିର କରାଯାଇଥିଲା । ତତ ସହିତ ସାମାଜିକ ସମୀକ୍ଷକଙ୍କ ନାନାବିଧ ସମସ୍ୟା ସମ୍ପର୍କିତ ଏକ ଦାବିପତ୍ର ଓସାଟ ନିର୍ଦ୍ଦେଶକ, ପ୍ରମୁଖ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କୁ ପ୍ରତ୍ୟକ୍ଷ ଓ ଡାକ ମାଧ୍ୟମରେ ପ୍ରେରଣ କରାଯିବା ସହ ଜିଲ୍ଲା ସ୍ତରରୁ ଜିଲ୍ଲାପାଳ, ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ଓ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଗଲା । ଯଦି ୧୫ ଦିନ ମଧ୍ୟରେ ଏହି ଦାବି ପୂରଣ ନ ହୁଏ ତେବେ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁଶ୍ରୀ ସଂଗୀତା ସାହୁ, ସଂଜୀବ କୁମାର, ପ୍ରିୟବ୍ରତ ଆରୁଖ, ମନୋଜ କୁମାର ବାରିକ, ଗାୟତ୍ରୀ ପୂଜାରୀ, ପ୍ରଦୀପ କୁମାର ବାଗସିଂ, ଜଗନ୍ନାଥ ପଣ୍ଡା, କମଳାକାନ୍ତ ପଣ୍ଡା, ଆଲୋକ କୁମାର ପ୍ରଧାନ ଓ ରମାକାନ୍ତ ସ୍ୱାଇଁ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *