‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଦ୍ୱାରା “ସିଡ୍‍ବଲ କର୍ମଶାଳା” ଅନୁଷ୍ଠିତ

ଭୁବନେଶ୍ୱର : ଆଜି ସକାଳ ୯ ଘଟିକା ସମୟରେ ୟୁନିଟ୍‍-୩ ସ୍ଥିତ କ୍ୟାପିଟାଲ୍‍ ହାଇସ୍କୁଲ ଠାରେ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଓ ‘ୟୁନିସେଫ୍‍’ର ସହଭାଗିତାରେ ‘ସିଡ୍‍ବଲ’ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ମାଟି, କାଦୁଅ ଓ କୋକୋପିଟ୍‍ର ମିଶ୍ରଣରେ ଛୋଟଛୋଟ ମାଟିପିଣ୍ଡୁଳା ତିଆରିକରିବା, ସେହି ମାଟିପିଣ୍ଡୁଳା ମଝିରେ ଗଛର ମଞ୍ଜିକୁ ରଖି “ସିଡ୍‍ବଲ” ତିଆରିକରିବା । ଏହି ସିଡ୍‍ବଲକୁ ଯେକୌଣସି ଫାଙ୍କା ସ୍ଥାନରେ ଫୋପାଡି ଦେବା । ସେଥିରୁ ଗଛ ସୃଷ୍ଟିହୋଇ ସବୁଜ ପରିବେଶ ସୃଷ୍ଟି ହୋଇପାରିବ । ‘ସିଡ୍‍ବଲ’ କିପରି ତିଆରି କରିବା, ତାକୁ କିପରି ଉପଯୋଗ କରିବା, ତାହା ପରିବେଶକୁ କେତେ ସୁରକ୍ଷା ଦେଇପାରିବ ଏହି ସଂପର୍କିତ ଏକ କର୍ମଶାଳା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବାପାଇଁ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଓ ‘ୟୁନିସେଫ୍‍’ର ସହଭାଗିତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା, ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଓ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ପରାମର୍ଶଦାତା ଆକାଶ ଦାସନାୟକ ଯୋଗଦେଇଥିଲେ । ଶ୍ରୀ ଦାସନାୟକ କହିଥିଲେ – ଜୀବଜଗତ ବଂଚିବା ପାଇଁ ଗଛଲତା ନିତ୍ୟାନ୍ତ ଜରୁରୀ । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଲଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଥାଏ । କିନ୍ତୁ ମନୁଷ୍ୟ ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ୍‍ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂପ ଦିନକୁଦିନ ତାପମାତ୍ରା ବଢିବାରେ ଲାଗିଛି । ବର୍ଷାର ପରିମାଣ କମିକମି ଯାଉଛି । ଜୀବଜଗତ ଜୀବନଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । ସେଥିପାଇଁ ବିଭିନ୍ନ ମାଧ୍ୟମରେ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ । ଆମେ ସମସ୍ତେ ଯଦି ଏହିପରି ସିଡ୍‍ବଲ ତିଆରିକରି ଫାଙ୍କାସ୍ଥାନ ମାନଙ୍କରେ ପକାଇବା ତାହା ଆଗାମୀ ଭବିଷ୍ୟତ ପିଢିଙ୍କ ପାଇଁ ଅମୂଲ୍ୟରତ୍ନ ପରି କାମ କରିବ । ଆମ ଅଜାଣତରେ ଏହି ସିଡ୍‍ବଲ ଯେ କେତେ ଲାଭ ଦେବ ତାହା କଳ୍ପନା କରିହେବନାହିଁ ।

ୟୁନିସେଫ୍‍ ତରଫରୁ ସିପ୍ରା ସକ୍‍ସେନା, ଅନ୍ୱେଷା ଓ ଅଭିଷେକ ଯୋଗଦେଇଥିଲେ । ଏହି କର୍ମଶାଳାରେ ସାତ୍ତ୍ୱିକ୍‍ ସୋଲ୍‍ ଫାଉଣ୍ଡେସନ୍‍ରୁ ସତ୍ୟବ୍ରତ ବାବୁ ସହଯୋଗ କରିଥିଲେ । ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଥିଲେ – ପରିବେଶକୁ “ସିଡ୍‍ବଲ୍‍” ମାଧ୍ୟମରେ ସୁରକ୍ଷା କରିପାରିବା । ଏହି ସିଡ୍‍ବଲ କର୍ମଶାଳା ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଆୟୋଜନ କରାଯିବ । ଛାତ୍ରଛାତ୍ରୀମାନେ ଆଗ୍ରହ ସହକାରେ ଏହିପରି ସିଡ୍‍ବଲ୍‍ ତିଆରିକରି ପରିବେଶକୁ ସୁରକ୍ଷା କରିବାପାଇଁ ଆହ୍ୱାନ ଦେଇଥିଲେ । ପରିବେଶର ସୁରକ୍ଷା ପାଇଁ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ତାର ପ୍ରୟାସ ଜାରିରଖିଛି ବୋଲି କହିଥିଲେ । ସମସ୍ତେ ଏହି ମହତ କାର୍ଯ୍ୟକୁ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ । ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ପରିବେଶ ପାଇଁ ଅଗଷ୍ଟ ୨୩ ତାରିଖ ଦିନ ‘ଗିଫ୍ଟ ଏ ପ୍ଲାଣ୍ଟ୍‍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ବିଶ୍ୱଜିତ୍‍ ପଣ୍ଡା, ନଭନିତ୍‍, ରୋସନ୍‍, ଇପ୍ସିତା, ଜୋଶିକା ବୋଷ, ଭାଗ୍ୟଧର ସାମଲ, କିଶୋର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *