କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏବର୍ଷ ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ

କୋଣାର୍କ : ଗତବର୍ଷ ଭଳି ଏବର୍ଷ ମଧ୍ୟ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେ ନାହିଁ ଶ୍ରଦ୍ଧାଳୁ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ମିଳିବ। ଏହାସହ ଚନ୍ଦ୍ରଭାଗା ବେଳାଭୂମି, ତୀର୍ଥ ପୁଷ୍କରଣୀ ଓ ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୁରୀ ଜିଲ୍ଲା ଉପଜିଲ୍ଲାପାଳ ଭାବତାରଣ ସାହୁ ଏଥିରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଆସନ୍ତା ଫେବ୍ରୁଆରୀ ୭ତାରିଖ ସୋମବାର ପଡ଼ୁଛି ପବିତ୍ର ମାଘ ସପ୍ତମୀ। ସେଥିପାଇଁ ଆଜି କୋଣାର୍କ ଯାତ୍ରୀ ନିବାସଠାରେ ବସିଥିଲା ପ୍ରଥମ ସମନ୍ଵୟ ବୈଠକ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ ଆୟୋଜନ ପାଇଁ ନିସ୍ପତ୍ତି ହୋଇଛି। ପରମ୍ପରା ଅନୁଯାୟୀ ମାଘ ମାସ ୬ ତାରିଖ ଷଷ୍ଠୀ ରାତିରେ ଶୋଭାଯାତ୍ରାରେ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀଶ୍ରୀ ଦକ୍ଷିଣେଶ୍ୱର ମହାଦେବ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବେ। ମହାପ୍ରଭୁମାନଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଜଡିତ ସେବକ ଓ ସାଧୁସନ୍ଥମାନ କେବଳ ବୁଡ ପକାଇପାରିବେ।

Leave a Reply

Your email address will not be published. Required fields are marked *